Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆହେ ଵିଘ୍ନ ବିନାଶନ - ବୀରେନ୍ କୁମାର ବେହେରା

ଆହେ ଗଣପତି ଆହେ ଲମ୍ବୋଦର,
ଆହେ ବିଘ୍ନବିନାଶନ ।
ଆମ ସମାଜରୁ ଅଜ୍ଞାନ ହଟେଇ,
ଭରିଦିଅ କିଛି ଜ୍ଞାନ ।।
କୁସଂସ୍କାର ଆଉ ଅନ୍ଧ ବିଶ୍ଵାସକୁ,
ସମୂଳେ କର ବିନାଶ ।
ଅଜ୍ଞାନ ତିମିରେ ଆଜିବି ହଜିଛି,
ଆଜିର ଏହି ମଣିଷ ।।
ଜ୍ଞାନ ଅଭାବରୁ ପାଣି ବଦଳରେ,
ମଣିଷ ପିଉଛି ରକ୍ତ ।
ସଭିଙ୍କ ମନରୁ ହିଂସା ପୋଛିଦେଇ,
ସଜାଅ ହେ ତୁମ ଭକ୍ତ ।।
ତୁମ ନାମ ନେଇ ଏ ଯୁବ ସମାଜ,
ଆଦାୟ କରନ୍ତି ଚାନ୍ଦା ।
ଧୂପ,ଦୀପ ସ୍ଥାନେ ମଦ,ସିଗାରେଟ୍,
ଭକତି ପଡିଛି ବନ୍ଧା ।।
ତୁମ ପୂଜା ପାଇଁ ଅର୍ଥ ପରିମାଣ,
ଯେତିକି ଲୋଡା ନ ହୁଏ ।
ଭସାଣିରେ କିନ୍ତୁ ଅଶ୍ଳୀଳ ନୃତ୍ୟରେ,
ପାଣି ଭଳି ଟଙ୍କା ବୁହେ ।।
ତବ ପୂଜା ପାଇଁ ପୂଜା ମଣ୍ଡପରେ,
ଯେତିକି ନଥାନ୍ତି ଭକ୍ତ ।
ମେଲୋଡି ରେ ଭକ୍ତ ଥାନ୍ତି ବହୁଗୁଣ,
ହୋଇଥାନ୍ତି ନିଶାଶକ୍ତ ।।
ତୁମ ପାଦ ତଳେ ଏତିକି ଗୁହାରି,
ରଖ ଆହେ ଗଜାନନ ।
ଜ୍ଞାନର ଆଲୋକ ସର୍ବତ୍ର ଜଳାଅ,
ଶିକ୍ଷା ଲଭୁ ବୁଦ୍ଧିହୀନ ।।


ପୋଷାଇ, ମହାକାଳପଡା, କେନ୍ଦ୍ରାପଡା
ଯୋଗାଯୋଗ-7381199206
Email- beherabirenkumar65@gmail

Post a Comment

0 Comments