ତୋ' ରୂପ ଲାବଣ୍ୟ କରିଚି ଲୋ ମୁଗ୍ଧ
ପାସୋରି ପାରୁନି ମନୁ ;;
ଯେତେ ଦେଖିଲେବି ଲାଗୁଚୁ ତୁ ନୂଆ
ମୋ ଆଖି ପଲକରେ ତୁ !!
ତୋ ମୁଖ ମଣ୍ଡଳେ ଚାନ୍ଦ ହସୁଛି ଲୋ
'ଓଠରୁ ଝରୁଚି ମହୁ ;
ତୋ ଗଭାରେ ଫୁଟିଚି ସଜ ଗୋଲାପ ଲୋ
କଥା ତୋ'କୋଇଲି କୁହୁ !!
ତୋ "ବକ୍ଷ ଯୁଗଳ ଆହାକି ସୁନ୍ଦର
ସରଗର ପାରିଜାତ ;
ସରଗର ପରୀ ଲାଜେ ଯାଏ ମରି
ତା"ଠାରୁ ସୁନ୍ଦରୀ ସତ !!
କଥା ତୁ ' କହିଲେ ଶୁଣାଯାଏ ମୋତେ
ସଙ୍ଗୀତର ସାତ ସୁର ;
ତୁ 'ଚାଲିଗଲେ ଫୁଲ ବର୍ଷା ହୁଏ
ମନ ମୋ 'ହୁଏ ଅଧୀର !!
ନାସିକାରେ ତୋ'ର ତିଳ ଫୁଲ ଗୁଣା
ପାଉଚି ଲୋ ବଡ ଶୋଭା;
ତୋ'ନୀଳ ନୟନ ଲାଗୁଚି ସୁନ୍ଦର
ଆହାକି ତୁ ମନ ଲୋଭା !!
ଆଶା ବିଶ୍ୱାସରେ ପାଉଚି ଲୋ ଭଲ
ଭୁଲିତୁ ଯିବୁନି ମୋତେ ;
ପ୍ରେମ ରାଇଜରେ ରଖିବି ଲୋ ତୋତେ
ସରାଗେ ରହିବୁ ପାଶେ !!
ସଦାନନ୍ଦ ସାହୁ, ଧୁରୁଷିଆ, ଆଠଗଡ଼, କଟକ
ମୋ- 9776184548
0 Comments
You can write now your valuable comments here. Off-topic comments may be removed or deleted without prior notice.