Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶ୍ରୀ ଗଣେଶ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

• ବନ୍ଦେ ଗଣନାୟକ ,ଶୁଭ ଦାୟକ , ବିନାୟକ ହେ
• ଗିରିରାଜ ଜେମା ସତୀ ମହାଦେବୀ
• ମାନସ ସନ୍ତାନ ,ବିଘ୍ନ ନାଶକ‌ ହେ ,
• ବନ୍ଦେ ଗଣନାୟକ …।।

• ବାଳାର୍କ ବରଣ କାନ୍ତି ଶୋଭାବନ
• ନିନ୍ଦେ କୋଟି କାମ
• ବନ୍ଦେ ମହାକାୟ ହେ ମୋଦକ ପ୍ରିୟ
• ବିଭୁ ଗଜାନନ , ବିଘ୍ନ ନାଶକ ହେ
• ବନ୍ଦେ ଗଣ ନାୟକ…।।

• କୃତାନ୍ତ ଭୂବନ ରାଜା ସ୍ବୟଂ ଯମ
• ଇନ୍ଦୁ ର ସମାନ
• ପଦେ ଖଟେ ମନ,-- ପ୍ରାଣ ଦେଇ, ହୋଇ
• ତୁମର ବାହାନ , ବିଘ୍ନ ନାଶକ ହେ
• ବନ୍ଦେ ଗଣ ନାୟକ…।।

• ଗର୍ବ ସ୍ଥୁଳ ତନୁ ପାଶାଙ୍କୁଶ ଧନୁ
• ହସ୍ତେ ବିଦ୍ୟମାନ
• ଆହେ ତ୍ରୀଲୋଚନ ଅଗ୍ରପୂଜ୍ୟ ବାବା
• ଗୁଞ୍ଜର ବଦନ , ବିଘ୍ନ ନାଶକ ହେ
• ବନ୍ଦେ ଗଣ ନାୟକ…।।

• କର ବିଦ୍ୟାଦାନ ହେ ବିଦ୍ୟା ଭୂଷଣ
• କରୁଛି ଜଣାଣ
• ଅବିଦ୍ୟା ତିମିର କର କର ଦୂର
• କରୁଛି ପ୍ରଣାମ , ବିଘ୍ନ ନାଶକ ହେ
• ବନ୍ଦେ ଗଣ ନାୟକ…।।

• ସୁନ୍ଦର ସିନ୍ଦୂର ବଦନ ତୁମର
• ଫଣୀ ଭୂଷଣ
• ହୁଏ ସର୍ବ ସିଦ୍ଧି ଆୟୁ,ବିଦ୍ୟା, ବୁଦ୍ଧି
• କର ପ୍ରଦାନ , ବିଘ୍ନ ନାଶକ ହେ ,ବନ୍ଦେ ଗଣନାୟକ…।।

Post a Comment

0 Comments