Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଝରା ମନ - ପ୍ରଶାନ୍ତ କୁମାର ସାହୁ

ସତମିଛ ସହ
କିଛି ଦୂର ଅନ୍ଧାରି ଗୋହିରି
ପାରି ତ ହୋଇଛି ତୁମ ସାଥେ
ଥଟ୍ଟା ପରିହାସ ଛଳେ
ସ୍ବାର୍ଥକୁ ହୃଦୟେ ରଖି ,
କରି କୁମ୍ଭୀର କାନ୍ଦଣା ଥୋକେ ଥୋକେ
ହସିଛି ମୁଁ ମନେମନେ ଅର୍ଥାନ୍ତରେ
ତୁମ ନିରୀହ ଛାତିରେ ପାଦ ରଖି ।
ଦେଖିଛି ତୁମରି ଆଖିରେ
ହରାଭରା କେବେ ପୁଣି
ସ୍ବର୍ଣ୍ଣିମ ସଂମ୍ଭାରରେ
ଝଲମଲ ଧରିତ୍ରୀ ,
ନିଜ ଆଖି ବୁଜିଦେଇ କରେ ଯାହା
ପଚାରନି ପାପପୂଣ୍ୟର ହିସାବ
ଖାଲି ଅସହାୟେ
ଯାହା ଫାଟିଯାଏ ଛାତି ।
କାଲି ଯାହା ଥିଲା
ବଦଳି ଯାଇଛି ଆଜି
ଭିନ୍ନ ସଂଜ୍ଞା ଭିନ୍ନ ବିବେଚନା
କ୍ଷଣିକ ସ୍ଥାୟିତ୍ବର ଆବେଗରେ,
କେତେ ସମ୍ପର୍କର ସେତୁ ଯାଏ ଭାଙ୍ଗି
ଢିଲମଢିଲା ନିର୍ଗୁଣ ତୁଣ୍ଡ ଆଉ...
ହୃଦୟହୀନର କାରସାଦିରେ ।


ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ଼, ଖୋର୍ଦ୍ଧା

Post a Comment

0 Comments