Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶ୍ରୀ ଗଜାନନ - ମାନସ ରଞ୍ଜନ ପଟ୍ଟନାୟକ

ବିପଦ ଭଞନପ୍ରଭୁ ଶ୍ରୀଗଣନାୟକ।
ସର୍ବାଗ୍ରେ ପୂଜିତ ତୁମେ ବିଘ୍ନବିନାଶକ।।
ଉମାରାଣୀ ମଳୁଖରୁ ହୋଇଥିଲ ଯାତ।
ମାନସ ସନ୍ତାନ ଭାବେ ହେଲ ପରିଚିତ।।
ମହାଦେବ ହାରିଥିଲେ ହୋଇଲେ ନିର୍ବାକ।।।
ଜୟ ଜୟ ଜୟପ୍ରଭୁ ଶ୍ରୀଗଣନାୟକ।
ବିପଦେଆପଦେ ରଖ ମହାବିନାୟକ।।
ମହାବିଷ୍ନୁ ଶ୍ରୀଚକ୍ରଲେ ଛିଡିଗଲା ଶିର।
ନିଜ ପୁତ୍ର ପରିଚୟ ପାଇଲେ ଶଙ୍କର।।
ଉମାମାହେଶ୍ବରୀ ଦେଖି କରିଥିଲେ ଶୋକ।।।
ବିପଦ ଭଞନପ୍ରଭୁ ଶ୍ରୀଗଣନାୟକ
ସର୍ବାଗ୍ରେ ପୂଜିତ ତୁମେ ବିଘ୍ନବିନାଶକ
ଦେବତାମାନଙ୍କ ମଧ୍ୟେ ପଡିଗଲା ହୁରି।
କିପରି ବଂଚିବୁ କୁହ ହେବିଶ୍ବବିହାରୀ।।
ଚିନ୍ତାଦୂର ହୋଇଗଲା ସଭିଏଁ ତ ଖୁସି।
ହସ୍ତୀର ମୁଣ୍ଡ ଆଣିଣ ଯୋଡିଥିଲେ ବସି।।
ମହାକାଳେଶ୍ୱର ଆସି ଜୀବନ୍ୟାସ ଦେଲେ।
ପରାଣ ପାଇ ଗଣେଶ ଉଠିଣ ବସିଲେ।।
କି ସୁନ୍ଦର ଦେଖାଗଲେ ବିଘ୍ନବିନାଶକ।
ଆନନ୍ଦିତ ହୋଇଗଲେ ତ୍ରିଭୁବନ ଲୋକ।।
ରକ୍ଷାକର ରକ୍ଷାକର ବିଘ୍ନବିନାଶକ।
ଶରଣ ପଶିଲି ପାଦେ ମହାବିନାୟକ।।
ଜୟ ଜୟ ଜୟପ୍ରଭୁ ବିଘ୍ନବିନାଶକ।
ବିପଦେ ଆପଦେ ରଖ ମହାବିନାୟକ।।


ମାନସ ରଞ୍ଜନ ପଟ୍ଟନାୟକ,
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ସାକ୍ଷିଗୋପାଳ, ପୁରୀ

Post a Comment

0 Comments