ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପ୍ରାଣର ଗୋଲାପି - କେ. ନିର୍ମଳ

ପ୍ରାଣର ଗୋଲାପି - କେ. ନିର୍ମଳ

ହୃଦୟ ମୋ ଗୋଟିଏ ନେବ କିଏ ସତେ,
ସାଇତି ରଖିଛି ମୋ ପ୍ରିୟା ନିମନ୍ତେ ।
କାହିଁକି ମୋ ମନ ହୁଏ ଧକ୍ ଧକ୍,
ପ୍ରିୟା ମୋ ପ୍ରାଣର ଗୋଲାପି ମହକ ।
କେଉଁ ଯାଦୁ ମୋତେ ଛୁଇଁ ଦେଇଗଲା,
କା ପାଇଁ ମନ ଟା ହେଉଛି ଉତ୍ତାଲା..।
ଜହ୍ନର ସହରୁ ପ୍ରେମ ସୌଦାଗର,
ଆସିଛି ମୁଁ ବିକିବାକୁ ମନ ମୋର ।
କିଣି ନିଅ ସଖୀ ପ୍ରେମର ସଉଦା,
ତୁମ ପ୍ରେମେ ହୋଇ ଗଲିଣି ଓଦା ।
ପ୍ରୀତି ରୁ ରତିଏ କିଣି ନିଅ ସଖୀ,
ହଂସୁଲୀ ଶେଜରେ ହୋଇଯିବ ମାଖି ।
ଶୋଇଗଲେ ନିଦେ ଆସିବି ସପନେ,
ଗେଲ କରିଦେଇ ଯିବି ମୁଁ ଗୋପନେ ।
ସକାଳେ ଉଠିଲେ ପରଖିବ ଓଠ,
ଚହଲିବ ତୁମ ମନ ନଦୀ ତୁଠ..।


କେ.ନିର୍ମଳ
ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)
ମୋବାଇଲ:-୯୫୬୬୧୧୩୬୦୭

0 Comments