Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆହେ ଗିରିଜା ନନ୍ଦନ - ସଦାନନ୍ଦ ସାହୁ

ଶୁଭ ପ୍ରଦାୟକ ବିଘ୍ନ ବିନାଶକ
ଗିରିଜା ନନ୍ଦନ ପ୍ରଭୁ ;;
ତୁମରି ଆଶିଷ ସୌଭାଗ୍ୟ ବିଜୟ
କୃପା କର ବାରେ ବିଭୁ !!
ସର୍ବ ଜନ ନେତ୍ରେ ତଵ ଛବି ଭାସେ
କରୁଣା ସାଗର ସ୍ଵାଇଁ ;;
ଦିଅ ବିଦ୍ୟା ରତ୍ନ ସିଦ୍ଧି ବିନାୟକ
ଜଗତ ଉଦ୍ଧାର ପାଇଁ !!
ବିଦ୍ୟାର୍ଥୀ ର ସାଥୀ ସାଜ ହେ ଗୋସାଇଁ
ଏତିକି ବିନତି ଅଳି ;;
ତଵ ଆଶୀର୍ବାଦେ ବିଦ୍ୟାର୍ଥୀ ଯେ ହସେ
ବୋଳି ହୋଇ ବିଦ୍ୟା ଧୁଳି !!
ମାତା ପିତା ପ୍ରିୟ ଆହେ ଗଜାନନ
ଉଦରେ ବିଦ୍ୟା ଭଣ୍ଡାର ;
ଅତି ବିଚକ୍ଷଣେ ପିତା ସମ୍ମୁଖରେ
ଦେଇଥିଲ ପ୍ରଶ୍ନତ୍ତୋର !!
ବ୍ରହ୍ମାଣ୍ଡ ଭୂପତି ପିତା ଅଧିପତି
ହୋଇ ଗଲେ ଆଚମ୍ବିତ ;;
ତଵ ବୁଦ୍ଧି ମତ୍ତା ଭାସିବ ସର୍ବଦା
ସମୃଦ୍ଧି ବିଜୟ ସତ !!
ଚତୃଦଶୀ ତିଥି ତୁମ୍ଭରି ସୁଖ୍ୟାତି
ଘେନ ପ୍ରଭୁ ପୁଷ୍ପାଞ୍ଜଳି ;
ଏଶୁଭ ଦିନରେ ଶଙ୍ଖଧ୍ୱନି ବାଜେ
ପୁଷ୍ପେ ଗୁନ୍ଥା ହୁଏ ମାଳି !!
ପୁରପଲ୍ଲୀ ଠାରୁ ସହର ବଜାର
ସବୁଠାରେ ବନ୍ଦାପନା ;;
ବିଦ୍ୟାନିକେତନେ ନିଷ୍ଠା ସହକାରେ
ବିଦ୍ୟାର୍ଥୀ କରନ୍ତି ପୂଜା !!
ସମୃଦ୍ଧି ପରବ ଏ ଶୁଭ ଦିବସ
ମନେ ଭରେ ସୁଖ ଶାନ୍ତି ;;
ପାର୍ବତୀ ନନ୍ଦନ ବିଦ୍ୟା ବୁଦ୍ଧି ମାନ
ତ୍ରିପୁର ରେ ଭାସେ ଖ୍ୟାତି !!


ସଦାନନ୍ଦ ସାହୁ
ଧୁରୁଷୀଆ, ଆଠଗଡ଼, କଟକ

Post a Comment

2 Comments

  1. ସଦାନନ୍ଦ ସାହୁଙ୍କ ଆହେ ଗିରିଜାନନ୍ଦନ କବିତା ଭଲ ହୋଇଛି । ଗଣେଶ ଚତୁର୍ଦ୍ଦଶୀ ତିଥିରେ ପୂଜା ପାଆନ୍ତି ବୋଲି ଲେଖିଛନ୍ତି । ଏହା ଭୁଲ୍ । ପ୍ରକୃତରେ ଚତୂର୍ଥୀ ତିଥିରେ ସେ ପୂଜା ପାଆନ୍ତି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ।

    ReplyDelete
  2. ତୃଟି ପାଇଁ ବିଶେଷ ଦୁଃଖିତ ବନ୍ଧୁ

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।