Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବ୍ୟଙ୍ଗ କବିତା - ତୁମେ ଆଉ ଆମେ - ଜିତେନ୍ଦ୍ର ସାହୁ


ବଟର ବାଲା ଶ୍ରୀକ୍ରିଷ୍ଣା ହେ ତୁମେ
ଦ୍ବାପରରେ କଲ କେତେ ଲୀଳା,
ଆମେ ଯଦି ଏବେ ସାଜୁଛୁ କହ୍ନେଇ
ନେଉଛୁ ସତରେ ଫୁଉଲୁ କୀଳା,,।।
ତୁମେ ଡାକୁଥିଲ ବଂଇଶୀ ବଜେଇ
ଧାଇଁ ଆସୁଥିଲେ ଗୋପୀମାନେ,
ଆମେ ଏବେ ଟିକେ ହ୍ବିସିଲ୍ ମାରିଲେ
ଦେଉଛନ୍ତି ସତେ ନାଦିକି ପାନେ,,।।
ଶିକାକୁ ଛିଣ୍ଡେଇ ହାଣ୍ଡି ସବୁ ଭାଙ୍ଗି
ତୁମେ ଖାଉଥିଲ ଲବଣୀ ସର,
ବାଡିରୁ ଗୋଟିଏ ପିଜୁଳି ଖାଇଲେ
ଆମକୁ ସୋଦନ୍ତି ଭାବିକି ଚୋର,,।।
ତୁମେ ପିନ୍ଧୁଥିଲ ପାଦରେ କଠଉ
ଆମେ ପାରାଗନ୍ ଭି.କେ.ସି ଚପଲ
ଗୋପୀଙ୍କ ଓଢଣୀ ତମେ ଟାଣୁଥିଲ
ଆମେ କଲେ ନାଲି ପଡୁଛି ଗାଲ,,।।
ତୁମ ମୁଣ୍ଡେ ଥିଲା ମୟୁରର ଚୁଳ
ଆମ ମୁଣ୍ଡେ ଏବେ ରଙ୍ଗିନ୍ ଟୋପୀ,
ତୁମକୁ ନ'ମାଗି ମିଳୁଥିଲା କେତେ
ଆମକୁ ମିଳୁନି ଗୋଟେ ବି ପପି,,।।


ଜିତେନ୍ଦ୍ର ସାହୁ,
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments