Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଘଟଣା ପ୍ରବାହ - ଦଳିତ - ଏ. ପି. ଶୁଭକାନ୍ତ


ପୂର୍ବରୁ ଭାରତ ବନ୍ଦ ଘୋଷଣା ହୋଇଥିଲେ ମଧ୍ୟ ତାର ସେମିତି କିଛି ପ୍ରଭାବ ଅନୁଭୂତ ହେଉନଥିଲା । ଚଣ୍ଡିଖୋଲ ସାରା ଗହଳି ଚହଳି ଲାଗି ରହିଥିଲା । ଲାଗୁଥିଲା ସତେ ଯେମିତି ଆଜିର ବନ୍ଦ ଓଡ଼ିଶାରେ ପ୍ରଭାବହୀନ । ସକାଳୁ ଏପରି ଅବସ୍ଥା ଦେଖି ମୁଁ ଓ ମୋ ବନ୍ଧୁ ରମେଶ ଆମେ ଦୁହେଁ ବାଇକ ରେ କଟକ ଅଭିମୁଖେ ଯାତ୍ରା ଆରମ୍ଭ କଲୁ । ଆମେ ଦୁହେଁ ଗାଡ଼ିରେ ଯିବା ସମୟରେ ଦେଶର ରାଜନୈତିକ ସ୍ଥିତି ବିଷୟରେ ଆଲୋଚନା କରୁଥିଲୁ । ହଠାତ ଟାଙ୍ଗୀ ପାଖାପାଖି ହେଲା ବେଳକୁ ଦେଖିଲୁ ଗାଡି ଜାମ ହୋଇଛି । ଆଗରେ କିଛି ଲୋକ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ହାତରେ ବାଇଗଣୀ ପତାକା ଓ ମୁଣ୍ଡରେ ବାଇଗଣୀ କପଡା ବନ୍ଧାହୋଇଛି। ସେମାନେ ସୁପ୍ରିମକୋର୍ଟ ବିଚାରପତି ଙ୍କ କୁଶପୁତ୍ତଳିକା ଦାହ କରିବା ସହ "ଜୟ ଭୀମ" ସ୍ଲୋଗାନ ଦେଉଥିଲେ । ସେମାନେ ଦୋକାନ ବଜାର ଗାଡି ମୋଟର ଭଙ୍ଗାରୁଜା କରିଛନ୍ତି ଅଥଚ ଲୋକମାନେ ବିରୋଧ ନ କରି ତାମସା କୁ ଉପଭୋଗ କରୁଛନ୍ତି । ମୋର ସେମାନଙ୍କ ଉପରେ କ୍ରୋଧ ଆସିଥିଲେ ବି ଯେହେତୁ ସାଙ୍ଗରେ ରମେଶ ଅଛି ଆଉ ସେ ଦଳିତ ତେଣୁ କିଛି କହିବିପାରିଲିନି । "କାଦୁଅ କୁ ଯିବି କାଇଁ ଗୋଡ ଧୋଇବି କାଇଁ" ନ୍ୟାୟ ରେ ମୁଁ ମଧ୍ୟ ଚୁପ ରହିଲି । ହଠାତ ଦେଖେ ତ ରମେଶ ସେମାନଙ୍କ ପାଖକୁ ମାଡିଚାଲିଛି । ରମେଶ ଦଳିତ ହୋଇଥିବାରୁ ମତେ ଲାଗିଲା ସେ ବି ସେମାନଙ୍କ ସହ ମିଶିବାକୁ ଚାହୁଁଛି । ମୁଁ ତାକୁ ବାଧା ଦେଲି କିନ୍ତୁ ସେ ମୋ କଥାକୁ ନ ଶୁଣି ବିକ୍ଷୋଭ ସ୍ଥାନ କୁ ମାଡିଚାଲିଲା । ତାକୁ ନ ଅଟକାଇ ମନେ ମନେ ବହୁତ ଗାଳିଦେଲି । କିନ୍ତୁ,ରମେଶ ସେଠି ପହଂଚି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲା କିନ୍ତୁ ସେମାନେ ବୁଝିବାକୁ ନାରାଜ ।

ରମେଶ ପଚାରିଲା - ଆପଣ ଭାରତୀୟ ହୋଇ ଭାରତ ର କ୍ଷତି କିପରି କରୁଛନ୍ତି । ଏହି ରାୟକୁ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରାଯାଇପାରିଥାନ୍ତା। ଏପରି କରିବା ଦ୍ୱାରା କିଛି ସୁଫଳ ମିଳିବନି। ୯୫% କ୍ଷେତ୍ରରେ ମିଛ ସାବ୍ୟସ୍ତ ହେଉଥିବା ରୁ ଏହା ତଦନ୍ତ ସାପେକ୍ଷ । ମୁଁ ମଧ୍ୟ ଜଣେ ଦଳିତ। ଗହଳି ରୁ ଏତେବେଳକୁ ରମେଶ ଦେହରେ କିଛି ପଥର ବାଜିସାରିଥିଲା।

ଗହଳି ରୁ ଜବାବ ଆସୁଥିଲା - ଆଉ ହିରୋ ହେବ ଦରକାର ନାହିଁ। ତୁ ଗୋଟେ ବେଇମାନ। ତୋତେ ଚମଚାଗିରି ପସନ୍ଦ ଆମକୁ ନୁହେଁ। ଯଦି ନିଜର ଭଲ ଚାହୁଁଚୁ ଆମ ସହିତ ଆସ ନହେଲେ ଅନ୍ୟମାନଙ୍କ ଭଳି ଦେଖ।

ରମେଶ କହିଲା - ପଥର କଣ ଗୁଳି ମାରିଲେ ବି ମୁଁ ଡରିବିନି। ଆରେ ଯଦି ଆମ୍ବେଦକର ଙ୍କୁ ମାନୁଛ, ତାହେଲେ ତାଙ୍କ କଥା ବି ମାନ। ସେ ସବୁବେଳେ କୁହନ୍ତି "ଆମେ ପ୍ରଥମେ ଓ ଶେଷରେ କେବଳ ଭାରତୀୟ" । ଆମମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରି କିଛି ରାଜନୈତିକ ବ୍ୟକ୍ତି ନିଜର ଫାଇଦା ଉଠାଉଛନ୍ତି ଅଥଚ ବଳି ପଡୁଛେ ଆମେ।

ଏଥର କିନ୍ତୁ ଗହଳି ରୁ ଆଉ ଜବାବ ଆସିନଥିଲା ରମେଶ ଉପରେ ବାଡ଼ି ଓ ପଥର ମାଡ଼ ହୋଇଚାଲିଥିଲା । ଆଶ୍ଚର୍ଯ୍ୟ କଟକ ସହର ଉପକଣ୍ଠ ହେବା ସତ୍ତ୍ୱେ ବନ୍ଦ ସମୟରେ ପୋଲିସର ଅନୁପସ୍ଥିତି ଦେଶର ଆଇନ ଶୃଙ୍ଖଳା ବିଷୟରେ ପ୍ରମାଣ ଦେଉଥିଲା । କୌଣସି ଲୋକ ତାଙ୍କୁ ନ ଅଟକାଇ ମୋବାଇଲ ଫୋନ ରେ ଫୋଟୋ ଓ ଭିଡିଓ କରୁଥାନ୍ତି । ମୁଁ ୧୦୮ କୁ ଫୋନ କଲି ଆଉ ଭିଡ କୁ ଠେଲି ରମେଶ ପାଖରେ ପହଞ୍ଚିବାକୁ ଚେଷ୍ଟା କଲି। ରମେଶ ର ରକ୍ତ ଜୁଡୁବୁଡୁ ଶରୀର କୁ ଆଣିବାବେଳକୁ ମୁଁ ମଧ୍ୟ କ୍ଷତାକ୍ତ ହୋଇସାରିଥିଲି। ୧୦୮ ଆସି ପହଞ୍ଚିବାବେଳକୁ ରମେଶ ର ଅବସ୍ଥା ସମ୍ପୂର୍ଣ୍ଣ ସାଂଘାତିକ। ମେଡିକାଲ ରେ ପହଂଚିବାବେଳକୁ ରମେଶ ପଦେ କହିଲା - "ସେମାନେ ଜାତିବାଦ ରେ ଭାଙ୍ଗିବେ ଆମେ ରାଷ୍ଟ୍ରବାଦ ରେ ଯୋଡିବା" ଓ ସବୁଦିନ ପାଇଁ ଚୁପ ହୋଇଗଲା ।

ଏ.ପି. ଶୁଭକାନ୍ତ
ହରିପୁର, ଖଡିଆଙ୍ଗ, ଯାଜପୁର

Post a Comment

0 Comments