Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଦୋଷୀ କିଏ ? - ସସ୍ମିତା ସାହୁ

ମୁଁ ସର I ତଳ ସାହି ମୁଣ୍ଡା ପରିବାର ର ବୋହୁଟିଏ I ବୟସ ୫୭ ବର୍ଷ I ଆପଣମାନଙ୍କୁ ମୋ ବିଷୟରେ କିଛି ଜଣେଇବାକୁ ଚାହୁଁଛି I ମୋର ମନେ ଅଛି, ବିବାହର ୧୦ ବର୍ଷ ପରେ ବି ମୋ କୋଳରେ ଛୁଆ ଟିଏ ନ ଥାଏ I ଶାଶୁଶଶୁରଙ୍କ ଗଞ୍ଜଣା କୁ ସIହି ପଡିଶାଙ୍କ ଟାହିଟାପରା ଶୁଣି ଶୁଣି କାନ ତାବଦା ହେIଇଯାଇଥାଏ I ଏପଟେ ସ୍ୱାମୀ ବି ଦୂର ଦୂର ମାର ମାର କରୁଥାଏ I ହେଲେ କଣ ହେବ ? ଉପରବାଲାର ଆଶୀର୍ବାଦ ବିନା କଣ କିଛି ହେଇଛି ? ବହୁତ ପୂଜାପାଠ , ବ୍ରତ କରୁଥାଏ I ମାନସିକ ରଖୁଥାଏ ,ଉପବାସ କରୁଥାଏ I କାଳେ ମୋ କଥା ଠାକୁର ଶୁଣିବେ I ସେଦିନ ଥିଲା ସଂକ୍ରାନ୍ତି I ମୁଣ୍ଡଟା କାଇଁ ବୁଲେଇ ଦେଲା I ଭାବିଲି ସକାଳୁ ଖାଇ ନ ଥିଲି, ସେଥିପାଇଁ ବୋଧେ ଏମିତି ଲାଗୁଛି I ଏହା ଭାବି ଖାଇବା ପାଇଁ ରୋଷେଇ ଘରକୁ ଚାଲିଗଲି I ଆରାମରେ ପିଢା ଉପରେ ବସି ଗଣ୍ଡେ ଖାଇ ଦେଲି I ୧୦ /୧୫ ମିନିଟ ଯାଇଛି କି ନାହିଁ , ବାନ୍ତି ହେବାକୁ ଲାଗିଲା I ମୋତେ ଭାରି ଦୁର୍ବଳ ଲାଗୁଥାଏ I ବାନ୍ତି ହେବା ଦେଖି ଶାଶୁ ଦୌଡ଼ି ଆସିଲେ I ସେ ଜାଣି ପାରିଲେ ବୋଧେ ମୁଁ ମା ' ହେବାକୁ ଯାଉଛି I ଖୁସିରେ ଶଶୁର ଓ ସ୍ୱାମୀକୁ ମଧ୍ୟ ଡାକି ପକେଇଲେ I "ଦୌଡ଼ି ଆସ, ଆମ ଘରକୁ କହ୍ନେଇ ଆସୁଛି "I ଏହା ଶୁଣି ସମସ୍ତେ ଖୁସିରେ ବିଭୋର ହୋଇ ଗଲେ I

ସମୟ ଗଡି ଚାଲିଲା I ବାନ୍ତି ହେବାର ଠିକ ୭ ମାସ ୧୦ ଦିନ ପରେ I ମୁଁ ଘରେ ପୁଅ ଟିଏ ଜନ୍ମ ଦେଲି I କାରଣ ସେତେବେଳେ ଡାକ୍ତରଖାନା ର ସୁବିଧା ନ ଥିଲା I ପରିବାରରେ ଏବେ ସମସ୍ତେ ଖୁସି I ପୁଅ ନାଁ ଦେଲୁ କାହ୍ନI I ପୁଅଟି ଧୀରେ ଧୀରେ ବଡ ହେଲା I ଗାଁ ବିଦ୍ୟାଳୟରେ ପଢିଲା I ପୁଅ ଯେତେବେଳେ ୭ମ ରେ ପଢୁଥିଲା , ସେତେବେଳେ ତା ବାପା ଚାଲିଗଲେ I କୋଇଲା ଖଣିରେ କାମ କରୁଥିବା ବେଳେ ଦୁର୍ଘଟଣାରେ ତାଙ୍କର ପ୍ରାଣ ଚାଲିଗଲା I ଖଣି ମାଲିକ କିଛି ତାଙ୍କ ଦେଇଥିଲେ, ସେଇଥିରେ ପରିବାର କଷ୍ଟେ ମଷ୍ଟେ ଚଳୁଥିଲା I ପୁଅ ଯିବା ଚିନ୍ତାରେ ଶାଶୁ ଚାଲିଗଲେ I ଆଉ ଠିକ ଗୋଟିଏ ବର୍ଷ ପରେ ଶଶୁର ଡେଙ୍ଗୁ ରେ ଚାଲିଗଲେ I ଏବେ ପରିବାର କହିଲେ ମୁଁ ଆଉ ମୋ ପୁଅ I ପାଖରେ ତାଙ୍କ ପଇସା ନଥାଏ I ଧାର ଉଧାର କରି କେତେଦିନ ଚଳିଥାନ୍ତୁ I ଏପଟେ ପୁଅ ର ପାଠପଢା I ଆଉ ପାରିଲିନି, ପୁଅର ପାଠ ପଢା ୮ମ ଶ୍ରେଣୀ ପରେ ବନ୍ଦ କରି ଦେଲି I ପୁଅ ଘରେ ରହିଲା , ମା ପୁଅ ଚଳିବୁ କେମିତି ?କିଛି ବୁଦ୍ଧିବାଟ ଦେଖା ଯାଉନଥାଏ I ଶେଷରେ ସ୍ୱାମୀ କାମ କରୁଥିବା ଖଣିକୁ ,ଦିନ ମଜୁରିଆ ହିସାବରେ କାମ କରିବାକୁ ଗଲି I ଦିନକୁ ୫୦ ଟଙ୍କା I ସେତିକି ଟଙ୍କାରେ ଟାଣି ଓଟାରି ହୋଇ ,ଚଳିବାକୁ ପଡେ I ବାଧ୍ୟ ହୋଇ ପୁଅକୁ ଗୋଟେ ଦୋକାନକୁ କାମ କରିବାକୁ ପଠାଇଲି I ସେଠାରେ ସେ ୨ ମାସ କାମ କରିଛି କି ନାହିଁ , ଛାଡି ଚାଲି ଆସିଲା I ପୁଣି ଗୋଟିଏ ଗ୍ୟାରେଜ କୁ ପଠେଇଲି I ଗାଡ଼ି ଧୁଆ ଧୁଇ କଲେ କିଛି ଟଙ୍କା ମିଳିଯିବ I ସେଠି ସେ ୬ ମାସ କାମ କଲା I କିଛି ଟଙ୍କା ଚଳିବାକୁ ମିଳିଯାଉଥିଲା I ହେଲେ କିଛି କୁସଙ୍ଗରେ ପଡି ,ମଦ ଗଂଜେଇ ର ନିଶାରେ ପଡିଗଲା I ମୋତେ ଚାରିଦିଗ ଅନ୍ଧାର ଦେଖାଗଲା I କଣ କରିବି ? ଜାଣି ଶୁଣି କଣ ତା ଜୀବନଟା ନଷ୍ଟ କରି ଦେଇ ଥାନ୍ତି I ଗ୍ୟାରେଜ ଯିବା ବନ୍ଦ କରିଦେଲି I ତାକୁ ଘରେ ରଖି କାମ କରିବାକୁ ଯାଏ I ଘରେ ଏକୁଟିଆ ରହିଲା ସତ ହେଲେ ,ନିଶା ନେବା ଛାଡିଲା ନାହିଁ I ବରଂ ଘରକୁ ସାଙ୍ଗ ମାନଙ୍କୁ ଡାକି ଆଖ ପାଖରେ ଥିବା ଲୋକଙ୍କୁ ହଇରାଣ କଲା I ମୋତେ ଏ ସବୁ ଭଲ ଲାଗୁ ନ ଥାଏ I

ଏବେ ମୁଁ ସ୍ଥିର କଲି ,ତାକୁ ସାଙ୍ଗରେ ନେଇ କାମକୁ ଯିବି I ସେଠାରେ କୁହା ବୋଲା କରି ଗୁମାସ୍ତାଙ୍କୁ, ପିଲାଟାକୁ କାମରେ ରଖିଦେବି I ମୋ ଆଖି ଆଗରେ ରହିବ ଏବଂ ଦି ପଇସା ବି ରୋଜଗାର ହେଇଯିବ I ସେ ମୋ ସହିତ କାମକୁ ଆସିଲା I କାମ ବି କଲା କିଛିଦିନ I ତା ପରେ ଧୀରେ ଧୀରେ ଠକିବାକୁ ଲାଗିଲା I କାମ ନ କରି ଏପଟ ସେପଟ ହେଲା I ଦିନେ କୋଇଲା ବୋଝକୁ ରଖିକି ମୁଁ ବିଶ୍ରାମ ନେଉଥାଏ ଗଛ ତଳେ I ହଠାତ କାହାର ଚିତ୍କାର ଶୁଭିଲା, ମୁଁ ଡରି ଇଆଡ଼େ ସିଆଡେ ଚାହିଁଲି I ଶବ୍ଦ ସାମ୍ନାରେ ଥିବା ବଡ ବରଗଛ ପଛ ପଟୁ ଆସିଲା ଭଳି ଲାଗିଲା I

ମୁଁ ଧୀରେ ଧୀରେ ଗଛ ପାଖକୁ ଗଲି I ଆଉ ଯାଇ ଯାହା ଦେଖିଲି, ମୁଣ୍ଡ ଘୁରିଗଲା I କାହ୍ନI ଗୋଟିଏ ମହିଳା ସହିତ ବଳାତ୍କାର କରିବାକୁ ଚେଷ୍ଟା କରୁଛି I ଆଉ ସେ ମହିଳା ଟି ବଞ୍ଚାଓ ବଞ୍ଚାଓ ବୋଲି ପାଟି କରୁଛି I ଦେଖି ଅଧର୍ଯ୍ୟ ହୋଇ ପଡିଲି I କାହ୍ନ|କୁ ମନା କଲି ଶୁଣିଲାନି I ଗୋଡ ହାତ ଧରି ନେହୁରା ହେଲି, ମାନିଲାନି I ମୋତେ ଛାଟି ଫୋପାଡ଼ି ଦେଲା I ମୁଁ ସହି ପାରିଲିନି I ମୋ ବିବେକ ମୋତେ ବାଧା ଦେଲା I ପାଖରେ ପଡି ଥାଏ ବଡ କୋଇଲା ମୁଣ୍ଡା ଟିଏ I ଦି ହାତରେ ଉଠାଇ କଚIଡି ଦେଲି କାହ୍ନ| ମୁଣ୍ଡ ଉପରେ I ଧାର ଧାର ହୋଇ ରକ୍ତ ବୋହି ଗଲା I ଆଉ ବା କଣ କରି ଥାନ୍ତି I

ନାରୀ ହୋଇ କଣ ନାରୀର ସର୍ବସ୍ବ ଲୁଟିବାର ଦେଖିଥାନ୍ତି I ମୁଁ ଯଦି ମୋ ଜାତି କୁ ସାହାଯ୍ୟ ନ କରେ, ସୁରକ୍ଷା ନ ଦିଏ କିମ୍ବା ନ୍ୟାୟ ନ ଦିଏ ...ତେବେ ମୁଁ କି ନାରୀ ?

ଏତେ ଦିନ ପରେ ପୁଅ ଟିଏ ହୋଇ ଥିଲା I କେତେ ଗେଲବସରରେ ପାଳି ଥିଲି I ନାଁ ଦେଇଥିଲି କାହ୍ନ|I ହେଲେ ସେ କଣ କଲା I ଜଣେ କାହ୍ନ| ମା' କୁ କାରାଗର ରୁ ମୁକ୍ତ କରି ଥିଲା I ଆଉ ଜଣେ ଆଜି ମା' କୁ ଖୁନି ସଜେଇ କାରାଗାରରେ ବନ୍ଦୀ କରିଛି I ମୁଁ ଆଜି ସହରର କାରାଗାରରେ ବନ୍ଦିନୀ ଟିଏ I ପୁତ୍ରହନ୍ତା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଛି I ଏବେ କୁହନ୍ତୁ ମୁଁ କଣ ଭୁଲ କଲି ? ମୁଁ କଣ ପ୍ରକୁତରେ ଦୋଷୀ ?

ସସ୍ମିତା ସାହୁ , ନାଶିକ, ମହାରାଷ୍ଟ୍ର - ୪୨୧୧୦୧

Post a Comment

0 Comments