ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ମୁଁ ବିସ୍ଥାପିତ କାହିଁକି ? - ପ୍ରଶାନ୍ତ କୁମାର ସାହୁ

ମୁଁ ବିସ୍ଥାପିତ କାହିଁକି ? - ପ୍ରଶାନ୍ତ କୁମାର ସାହୁ

ସେଇ ଏକା ପାଣି ପବନ
ମାଟି ଆଉ ଆକାଶ
ଭିନ୍ନ ଟିକେ ହେଇଗଲା
ବଞ୍ଚିବାର ପ୍ରୟାସ ।
କେଉଁ ଏକ ଭିନ୍ନ ଜୀବନିରେ
ଦେଇଦେଲ ନାମ ଆଇନରେ
କେବେ ତ ସହିଥିବ
ଫଟା ଛାତିର ଭୂମିକମ୍ପ
ଦେଖିଥିବ ନିର୍ନିମେଶ ଚାହାଁଣିରେ
ସନ୍ତାନଙ୍କ ମୁହଁ ପ୍ରତିବିମ୍ବ ।
ଅଧିକାର ନେଇ କି ଅଧିକାରେ
କର ପ୍ରଗତିର ସ୍ବୟଂମ୍ବର
ଜାଳିଦେଇ କୁମାରଙ୍କ
ସ୍ବପ୍ନିଳ ସ୍ବୀକାର ।
ନିଶ୍ଚୟ ଶୁଭିବ ଦିନେ
ନିଷ୍ପେସିତର କରୁଣ ଚିତ୍କାର
ଅସହାୟେ ଶୁଣୁଥିବ
ନିଜ ହୃଦୟର ଧିକ୍ କାର ।
ଜଣା ନାହିଁ କେବେଥିଲି
ତୁମ ସ୍ବାର୍ଥ ଜାତକରେ ଭାଇ
ସ୍ବଦେଶେ ବିଦେଶୀ ହେଲି
ବିସ୍ଥାପିତ ସଂଜ୍ଞା ପାଇ ।
ଆଶଙ୍କିତ ଜୀବନରେ
ଭରିଗଲା କୋହ
କିଏ କେବେ ବୁଝିଛି କି
ବିସ୍ଥାପିତର ହୃଦୟ ।


ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ଼, ଖୋର୍ଦ୍ଧା

0 Comments