Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଚୋରା ପୀରତି - ଜିତେନ୍ଦ୍ର ସାହୁ

ରାତିର ସପନେ ଆସି ତୁ ଗୋପନେ
କଲୁ ବୋଲି ପ୍ରିୟା ଅଳି,
ମନ ତରୁଡାଳେ ପ୍ରୀତି ଫୁଲ ମାଳେ
ବାନ୍ଧିଛି ତୋ'ପାଇଁ ଦୋଳି,,।।
ତତେ ଖାଲି ଜଣା ମୋ ମନ ଠିକଣା
ନଥିବେ ଆଉ କେ ଜାଣି,
ମନର ମାନସୀ ମୋ ସ୍ବପ୍ନ ପ୍ରେୟସୀ
ତୁ ଖାଲି ସେଠିକା ରାଣୀ,,।।
ନଜାଣୁ ଲୋ କେହି ପ୍ରେମିକା ମୋ ତୁହି
ମିଶୁଥିବା ଲୁଚିଲୁଚି,
ହେଲେ ବି ଅଡୁଆ ଲାଗୁଛି ବଢିଆ
ଚୋରା ପୀରତିକୁ ରଚି,,।।
ଆସିବୁ ତୁ ଧୀରେ ଶୋଇଗଲା ପରେ
ଝୁ୍ଲିବୁ ଦୋଳିରେ ବସି,
ମୁଁ ଥାଇ ବି ନିଦେ ପାଉଁଜୀ ଶବଦେ
ତୋ ଖୁସିରେ ହେବି ଖୁସି,,।।


ଜିତେନ୍ଦ୍ର ସାହୁ,
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments