Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ବଧୂବେଶେ ପ୍ରିୟା - ପ୍ରଶାନ୍ତ କୁମାର ନାଥ

ବଧୂବେଶ ସାଜି ବସିଥିଲା ପ୍ରିୟା
ମଥାରେ ଚନ୍ଦନ ନାଇ
ଯାଇଥିଲି ତାର ଅନୁରୋଧ ରଖି
ଶେଷ ଦରଶନ ପାଇଁ ।
ମେହେନ୍ଦିରେ ସଜା ହାତ ଦୁଇ ତାର
ପାଦରେ ଅଳତା ଗାର
ଅପସରି ପରି ଲାଗୁଥିଲା ସତେ
ବଧୁ ବେଶେ ପ୍ରିୟା ମୋର ।
ନାଲି ପାଟଶାଢ଼ୀ ପିନ୍ଧିଥଲା ସିଏ
ଆଖିରେ କଜଳ ଗାର
ତାର ବଧୂବେଶ ଦେଖିଦେଲା ପରେ
ଓଦା ହେଲା ଆଖି ମୋର ।
ମୋତେ ଚାହିଁ ସିନା ହସିଦେଲା ସିଏ
ପାରିଲିନି ତାକୁ ଚାହିଁ
କେମିତି ଦେଖିବି ବଧୂବେଶ ତାର
ପ୍ରେମିକ ତାହାର ହୋଇ ।
ମୋଠାରୁ ଛଡେଇ ନେଇଯିବ କିଏ
ମୋର ସେ ଅମୁଲ୍ୟ ରତ୍ନ
ଜାଣିନାହିଁ କେତେ ଖୁସିରେ ରଖିବ
କେମିତି ନେବ ତା ଯତ୍ନ ।
ନଥିଲା ସିନା ସେ ଭାଗ୍ୟରେ ମୋହର
ହୋଇଗଲି ସିନା ପର
ଏତିକି ଚାହୁଁଛି ଜୀବନେ ତାହାର
ଗଢୁ ସେ ସୁଖ ସଂସାର ।

Post a Comment

0 Comments