କହିବାର କିଛି
ଆବଶ୍ୟକତା ନାହିଁ
କାରଣ ତୁମ ନୀରବତା ଭିତରେ
ହଁ ର ସନ୍ଧାନ ପାଇଛି ମୁଁ....
ଛୁଇଁବାର କିଛି
ଦରକାର ନାହିଁ ମୋର
କାରଣ ତୁମ ଲାଜରେ ତ
ସବୁ ସ୍ପର୍ଶ ଅନୁଭବ
କରି ସାରିଛି ମୁଁ...
ମୋ ପ୍ରତି ତୁମ ବିଶ୍ୱାସରେ
ପୁରି ଉଠେ ଯେତେ
ମୋ ମନର କାମନା ବାସନା
ଇଚ୍ଛା ମତେ ପାଇ ଯାଏ ତୁମକୁ
ହୋଇ ଯାଏ ଯେବେ
ତୁମ ସହ ଟିକିଏ କଥା
ତୁମେ ତ ମୋର ନ ହୋଇ ବି
ଭାରି ନିଜର ଲାଗ
ଲୁଚେଇବାକୁ ଚେଷ୍ଟା କଲେବି
ପଢି ପାର ମୋ ମନର କଥା
କଣ୍ଠ ସ୍ୱରରେ ବାରି ପାର
ମୋ ହୃଦୟ ବ୍ୟଥା
କବିତା ଭିତରେ ଖୋଜିବୁଲ
ମୋ ଦରଦୀ କବିତା
ତେଣୁ ତ ମୁଁ...
ଲେଖି ବସେ
କବିତା ପରେ କବିତା
ଆଉ ତୋଳି ଆଣେ
ଦୂର ଦିଗ୍ ବଳୟ ଧାରେ
ଝାପ୍ସା ଝାପ୍ସା ଦିଶୁଥିବା
ଏକ ନୂତନ ସମ୍ଭାବନାର
ମିଳନ ପେନ୍ଥା...
ଗୋପାଳ ଚନ୍ଦ୍ର ସାଓ, ବାରିପଦା, ମୟୂରଭଞ୍ଜ, ମୋ- 9937046998
0 Comments
You can write now your valuable comments here. Off-topic comments may be removed or deleted without prior notice.