Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କାଳିଆ - ଧ୍ରୁବ ଚରଣ ବେହେରା

କାଳିଆ :୪୩
ଆସଲୋ ସଙ୍ଗାତ ଆସଲୋ ବଉଳ
ଯିବା ନୀଳାଚଳ ଧାମ
ବାଇଶି ପାହାଚେ ଗଡି ଯାଉଥିବା
ଦେଖିବା ପରମବ୍ରହ୍ମ ।ଘୋଷା ।

କେଡେ ସୁନ୍ଦର ସେ ଚିକ୍କଣ କାଳିଆ
ରତ୍ନ ମଣ୍ଡପୁ ନିରେଖେ
ଭକତ ଭକ୍ତିରେ ଅତି ସରାଗରେ
ଚକା ଆଖି ଖୋଲି ଦେଖେ
ଦେଖିଲେ ସେ ରୂପ ପାରି ହୋଇବୁ ତୁ
ସେହି ପରା ନାରାୟଣ ।୦୧।

ଜଗା ପାଶେ ନାହିଁ ଛୁଆଁ କି ଆକଟ
ଜଗତର ବନ୍ଧୁ ବୋଲି
ନିତି ଚାହିଁଥାଏ ଭକତ ପଥକୁ
ଚଉବାହା ଦେଇ ମେଲି
ପାପ ପୁଣ୍ୟ ସବୁ ହିସାବ ରଖୁଛି
ସେହିତ ଜଗମୋହନ ।୦୨।

କିଛି ପାଶେ ନାହିଁ କି ଦେବି ସାଆନ୍ତ
ଦୂରୁ ଆସିଅଛି ମୁଁ ଧାଇଁ
ତୋ କରୁଣା ବାରି ପାଇବାର ଲାଗି
ମନ ଖାଲି ହୁଏ ବାଇ
ଯାହା ଦେଇଅଛ ସବୁତ ତୁମର
ଦେ ତୋ ପାଦେ ଶରଣ ।୦୩।




ଧ୍ରୁବ ଚରଣ ବେହେରା ।

Post a Comment

0 Comments