Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଜନ୍ମଦିନର ଅଭିନନ୍ଦନ - ଜିତେନ୍ଦ୍ର ସାହୁ

ଅଧର୍ମକୁ ନାଶି ଧରମକୁ ସ୍ଥାପି
ଅନ୍ୟାୟ ରୋକିବା ପାଇଁ,
ଜନ୍ମିଥିଲ ପ୍ରଭୁ ଦ୍ବାପର ଯୁଗରେ
କୃଷ୍ଣ ଅବତାର ନେଇ,,।।
ଭାଦ୍ର କୃଷ୍ଣପକ୍ଷ ରୋହିଣୀ ନକ୍ଷେତ୍ର
ଥିଲା ଯେ ଅଷ୍ଟମୀ ତିଥି,
କହେ ଜଗନ୍ନାଥ ଦାସଙ୍କ ରଚିତ
ଭାଗବତ ଗୀତା ପୋଥି,,।।
ବନ୍ଦୀ କାରାଗାରେ ଦେବକୀ ମାଆର
ଅଷ୍ଟମ ସନ୍ତାନ ହେଲ,
ଅରଧ ରାତ୍ରିରେ ପିତାଙ୍କର ସଙ୍ଗେ
ଗୋପପୁର ଚାଲିଗଲ,,।।
ଯଶୋଦା ମାଆର ହେଲ ଗଳା ମାଳି
ନନ୍ଦରାଜାଙ୍କର ସୁତ,
ଲବଣୀ ଚୋରେଇ ବାଲ୍ୟ ଲୀଳା କରି
ରାକ୍ଷସଙ୍କୁ କଲ ନିପାତ,,।।
ଗୋପପୁରେ ରହି ଗୋପାଳିଆ ହୋଇ
ଗୋପୀ ସାଥେ କଲ ଲୀଳା,
ଧନ୍ୟ ତୁମେ ପ୍ରଭୁ ତୁମ ଅଙ୍ଗେ ସବୁ
ମାଖିଛ ଷୋଅଳ କଳା,,।।
ବଇଁଶୀକୁ ଫୁଙ୍କି ଆଣୁଥିଲ ଝିଙ୍କି
ରାଧା ହେଉଥିଲା ବାଇ,
ପ୍ରୀତି ରଚୁଥିଲ ସାକ୍ଷୀ କୁଞ୍ଜବନ
ଥିଲା ଯେ ଯମୁନା ନଈ,,।।
ଆଜି ସେ ଯମୁନା ଉଛୁଳି ଡାକୁଛି
କହୁଛି କଦମ୍ବ ବନ,
ହେ କୃଷ୍ଣ ମୁରାରୀ ପ୍ରଭୁ ଚକ୍ରଧାରୀ
ଜନ୍ମ ଦିନର ଅଭିନନ୍ଦନ,,।।


ଜିତେନ୍ଦ୍ର ସାହୁ,
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments