Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସ୍ଵଭାବ ଓ ସଂଗ୍ରାମ - ରମାକାନ୍ତ ମିଶ୍ର

ସ୍ବଭାବ
---------
କେହି କାହାରି ପରି ହେବେ କାହିଁକି
ନିଜେ ନିଜ ପରି ନ ହେବା କାହିଁକି
ପ୍ରଭୁଂକ ସୃଷ୍ଟିରେ ସଭିଁଏ ଏକକ
କାହାରି ସହିତ ତୁଳନା ଭ୍ରାମକ
ତୁଳନା କଲେ ପାଇବା ଖାଲି ଦୁଃଖ
ହୁଏତ ପାଇ ପାରୁ କିଛିବି ସୁଖ
ହୋଇ ପାରିବନି କିଛି ହେଲେ ଲାଭ
ଖରାପ ହେବ ଖାଲି ନିଜ ସ୍ବଭାବ |

ସଂଗ୍ରାମ
----------
ଭୁଲ୍, ବିଫଳତା, ଅପମାନ
ଅବସାଦ ଆଉ ପ୍ରତ୍ୟାଖ୍ୟାନ
ଏ ଗୁଡିକ ଉନ୍ନତି ର ଅଂଗ
ଆଗେଇ ନିଏ ଉନ୍ନତି ମାର୍ଗ
ନ ପାଇ ଏ ପାଂଚଟି ଭୂଷଣ
କେହି କେବେ ଯିତିନି ସଂଗ୍ରାମ |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0 Comments