Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଏକାଙ୍କିକା - କୁଳାଙ୍ଗର - କେ. ନିର୍ମଳ

ପୁଅ:-ମା'..ମା' କବାଟ ଖୋଲ ।
ମା':-ହଁ ଆସୁଛି ଆସୁଛି ରେ ପୁଅ
ପୁଅ:- ଜଲଦି କବାଟ ଖୋଲ ମା'
( ମା' ଆସି କବାଟ ଖୋଲିିଲା )
ପୁଅ:- ମା' ମୋ ସାଙ୍ଗରେ ମୋ ସାଙ୍ଗ ଆସିଛି ।
ମା':-ହଉ ତମେ ଦୁଇଜଣ ହାତ ଧୋଇଆସ ।
ପୁଅ:- ମା'..ଖାଇବା ଅଣ୍ଟିଯିବ ତ..?
ମା':- ମା'..ପାଖରେ ଖାଦ୍ୟର କେବେ ଅଭାବ ହୁଏ କିରେ
ମା'ପରା ଖାଦ୍ୟର ଭଣ୍ତାର..।
ପୁଅ:-ମା'ଆଜି ସକାଳୁ ପରା କହୁଥିଲ ଚାଉଳ କମ ଅଛି ।
ମା':-ମୁଁ ଆଣିଛିରେ ଧନ ହେଇଯିବ ।
ପୁଅ:- ମା'ଆଜି ବହୁତ ଭଲ ରାନ୍ଧିଛୁ ।
ମା':-ଜଲଦି ଖାଇସାରି.. ଯା ଶୋଇ ପଡ଼ିବ ।
( ପୁଅ ଆଉ ତା ସାଙ୍ଗ ଦୁହେଁ ମିଶି ଶୋଇ ବାକୁ ଚାଲି ଗଲେ )
ମୋ ପୁଅ କେମିତି ଜାଣିବ ଏ ମା'ର ଦୁଃଖ । ପର ଘରେ ଖଟିଲେ ଭାତ ମୁଠେ ଖାଏ । ଯଦି ନ ଖଟେ ସେହିଦିନ ମୁଁ ପାଣି ଗ୍ଲାସେ ପିଇ ଶୋଇପଡ଼େ । ଆଜି ମୋତେ ବହୁତ ଜ୍ଜର । ସକାଳୁ ବଟିକା ଟିଏ ବି ଖାଇନି । କେମିତି ଖଟିବାକୁ ଯାଇଥାନ୍ତି ।ଭାତ ଯାହା ଥିଲା ସେତକତ ପୁଅ ଆଉ ତା ସାଂଗ ଙ୍କୁ
ପରା ନିଅଣ୍ଟ ..।॥।॥

ଝିଅ:-ନୂଆ ବର୍ଷ ପାଇଁ ବୁଲିବାକୁ ସବୁ ଯିବେ ତମେ କଣ ସେଠି ବସିଛ ।ତମେ ଯିବନି କି ।
ପୁଅ:- ନା,ମୁଁ ଜିବିନାହିଁ ।
ଝିଅ:- କଣ ପାଇଁ ତମ ମା ପାଖେ ପଇସା ନାହିଁନା କଣ
(ପୁଅ ଟିକେ ଭାଉ ମାରି କହିଲା )
ପୁଅ:-ହଁ ମୋ ମା'ପାଖେ ପଇସା ଅଛି ।
(କିନ୍ତୁ ସେହି ଝିଅଟି ଜାଣିଛି ଯେ ସେ ପୁଅର ମା' ପର ଘରେ କାମ କରେ)
(ତା'ପରେ ସେହି ପୁଅ ତା' ଘରକୁ ଗଲା)
(ଏହି କଥାଟି ସେହି ପୁଅର ସାଙ୍ଗ ଶୁଣି ପାରି ସେହି ପୁଅର ମା'ପାଖରେ କହିଦେଲା)
ପୁଅ:- ମା'ମା'କୁଆଡ଼େ ଅଛୁ ଟିକେ ଶୁଣିଲୁ ।
ମା':-କହରେ ପୁଅ ମୁଁ ଏଇଠି ଅଛି।
ପୁଅ:- ମା'ମୁଁ ବୁଲିବାକୁ ଯିବି ନୂଆବର୍ଷ ପାଇଁ ସ୍କୁଲୁରେ ସମସ୍ତେ ଯିବେ।
ମା':-ତୁ ତ ଜାଣିଛୁ ଆମ ଘର ବିଷୟରେ ।ତାପରେ ବି ମାଗୁଛୁ ।
ପୁଅ:-ମା'ଦବୁ କି ନାହିଁ କହ ।
ମା':-ହଉ ଆଜି ଖାଇ ଶୋଇପଡ଼ କାଲି ସକାଳୁ ଦେବି।
(ପୁଅ ଖାଇ ଦେଇ ଶୋଇବାକୁ ଗଲା)
ମା':-ପେଟ ରୁ କାଟି କିଛି ସଞ୍ଚୟ କରି ରଖିଥିଲି l କାଲି ସବୁ ଟଙ୍କା ସେ ନେଇଗଲା ପରେ ମୋ ପାଖରେ ଆଉ ଟଙ୍କା ଟାଏ ବି ବଳକା ରହିବ ନାହିଁ l କଣ ଆଉ କରିବି...?
ମୋ ପୁଅ କେମିତି ଜାଣିବ ଏ ମା'ର ବେଦନା ତା ସାଂଗ ସବୁ ମୋତେ କହିଛି ସେ ଗଟେ ଝିଅ ପାଇଁ ମୋ ପାଖେ ଜିଦି କରୁଛି ବୁଲିବାକୁ ଜିବ ବୋଲି ।
(ପର ଦିନ ସକାଳୁ ପୁଅକୁ ମା'ପଇସା ଦେଲା ସେ ନୂଆବର୍ଷ ପାଇଁ ବୁଲିବାକୁ ଗଲା )




କେ.ନିର୍ମଳ
ବାସୁଦେବପୁର, ଭଦ୍ରକ

Post a Comment

0 Comments