ଅନ୍ଧ ପ୍ରେମିକ - ସିଦ୍ଧେଶ୍ଵର ତ୍ରିପାଠୀ

ଅନ୍ଧ ପ୍ରେମିକ - ସିଦ୍ଧେଶ୍ଵର ତ୍ରିପାଠୀ

ଅନ୍ଧ ପ୍ରେମିକ ମୁଁ ଅନ୍ଧ ପ୍ରେମିକ
ଅନ୍ଧ ପ୍ରେମିକ ମୁଁ ଅନ୍ଧ ପ୍ରେମିକ
ଭଲ ମନ୍ଦ କେବେ ତୁମଠୁ ଖୋଜିନି
ତୁମ ଅତୀତକୁ କେବେବି ବୁଝିନି
ତୁମଠୁ ଆଶା କରିନି ସେମିତି ସୁଖ
ଅନ୍ଧ ପ୍ରେମିକ ମୁଁ ଅନ୍ଧ ପ୍ରେମିକ
ଅନ୍ଧ ପ୍ରେମିକ ମୁଁ ଅନ୍ଧ ପ୍ରେମିକ( 1)

ନଈ ଯାଏ ବହି ଦୁଇ କୂଳ ଛୁଇଁ
ସାଗରରେ ଶେଷ ହୁଏ
ତୁମରି ଖୁସିରେ, ମୋରତ ଖୁସି
ମୁଁ ତୁମକୁ ଭଲ ପାଏ ।

ତୁମରି ପାଖରେ ହଜେଇଛି ମନ
ବନ୍ଧା ପକେଇଛି, ମୋ ସବୁ ସପନ
ଆଶା କରିନାହିଁ କିଛି ଅଧିକ
ଅନ୍ଧ ପ୍ରେମିକ ମୁଁ ଅନ୍ଧ ପ୍ରେମିକ
ଅନ୍ଧ ପ୍ରେମିକ ମୁଁ ଅନ୍ଧ ପ୍ରେମିକ-- (2)

ଏ ଛାତିରେ ତୁମ ଛବି ସାଇତିଛି
ଦୁନିଆକୁ ଡରି ନାହିଁ
କେତେ ଘୃଣା କେତେ,ନିନ୍ଦା ଅପବାଦ
କାନ ଖୋଲି ଶୁଣି ନାହିଁ ।

ଦିଅକି ନଦିଅ ପ୍ରେମ ଉପହାର
ଦେଇ ପାର ମୋତେ ଟିକିଏ ଜହର
ଅବା କହିପାର ଖରାପ ଲୋକ,
ଅନ୍ଧ ପ୍ରେମିକ ମୁଁ ଅନ୍ଧ ପ୍ରେମିକ
ଅନ୍ଧ ପ୍ରେମିକ ମୁଁ ଅନ୍ଧ ପ୍ରେମିକ- (3)

ପାରିଜାତ ଫୁଲ ଆଣି ପାରିବିନି
ସରଗ ଚାନ୍ଦବି ନୁହେଁ
ହେଲେ ତୁମ ଦେହ ଛାଇ ହୋଇଥିବି
ଏବେ ଠାରୁ ମଲା ଯାଏ ।

ତୁମରି ଚଲା ବାଟରେ
ଯଦିବା ଉଆଁସ ଘେରେ
ଜଳିବି ସଳିତା ହୋଇ ଜୀବନ ଯାକ
ଅନ୍ଧ ପ୍ରେମିକ ମୁଁ ଅନ୍ଧ ପ୍ରେମିକ
ଅନ୍ଧ ପ୍ରେମିକ ମୁଁ ଅନ୍ଧ ପ୍ରେମିକ- (4)




ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା

2 Comments

  1. କବି ସିଦ୍ଧେଶ୍ବର ତ୍ରିପାଠୀଙ୍କର କବିତା ଅନ୍ଧ ପ୍ରେମିକ ଏକ ସୁନ୍ଦର କବିତା । ପ୍ରେମିକ ହୃଦୟର ମୁକ୍ତ ଅଭିବ୍ୟକ୍ତି ଏଥିରେ ପ୍ରତିଫଳିତ ।

    ReplyDelete
  2. bahut bahut dhanyabad sira aapananka sundar matamata paaine.
    pranaam

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।