Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୋର ଗୁରୁ ଗୁରୁଦେଵ - ହୃଷୀକେଶ ମିଶ୍ର

ଗୁରୁ ତୁମେ ବ୍ରହ୍ମା ବିଷ୍ଣୁ ମହେଶ୍ୱର
ତୁମେ ସାକ୍ଷାତ ଈଶ୍ୱର,
ଲିଭାଇ ଦିଅହେ ମୋ ଜୀବନୁ ଯେତେ
ରହିଛି ଅମା ଅନ୍ଧାର।
ତୁମ ପଦ ସେବା ନିତି କରୁଥିବି
ଜୀବ ଥିବା ଯାଏଁ ମୋର
ତୁମରି ଆଶିଷ ଲଭିଣ ସଂସାରେ
ଜ୍ଞାନଦୋୟ ହେଉ ମୋର।
ସଭିଙ୍କୁ ଆଦରି ସେନେହ ବିତରୀ
ଏ ଜୀବନ ଯାଉ ବିତି,
ତୁମରି କରୁଣା ହେଲେ ଗୁରୁଦେବ
ଅରଜିବି ଯଶ କୀର୍ତି।
ଲୋଭ ମୋହ ମାୟା ହର ହେ ମୋଠାରୁ
ନାହିଁ ଲୋଭ ମୋର ତହିଁ
ତୁମରି ଚରଣେ ଶରଣ ନେଇଛି
ଆନ ପ୍ରୟୋଜନ ନାହିଁ
ଆନ ପ୍ରୟୋଜନ ନାହିଁ।


ହୃଷିକେଶ ମିଶ୍ର, ଖଲ୍ଲିକୋଟ, ଗଂଜାମ

Post a Comment

0 Comments