Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଭିନ୍ନ ଏକ ସମ୍ପର୍କ - ଦେବବ୍ରତ ଜେନା

କଳା ବଉଦ ଓ ସାଗର
ଦୁହେଁ ଆଜି ନିମଗ୍ନ
ତାଣ୍ଡବ ରଚିବାକୁ
ଧରିଛନ୍ତି ଉଗ୍ର ରୂପ
ପିଇଥିବା ହଳାହଳ ବିଷକୁ ଉଦ୍ଗାରିବେ
ପ୍ରକୃତିର ନିୟମରେ ବିଚିତ୍ର ଏ ସମ୍ପର୍କ....
ଆକାଶରେ କଳାହାଣ୍ଡିଆ ମେଘ ସହ ମୟୁରର ସମ୍ପର୍କଠୁଁ
ଦରିଆର ସମ୍ପର୍କ ଯେ ନିବିଡ଼ ଏହା ନିଃସନ୍ଦେହ
କଳା ବଉଦ ଦେଖି ଦରିଆର ମନରେ ଅୟୁତ କୋହ ଉଠେ
ଜଣେ ପ୍ରିୟତମା ତ ଅନ୍ୟ ଜଣକ ତା ମନର ମଣିଷ
ବିଭୋର ହୋଇ ହଜେଇ ଦିଅନ୍ତି ନିଜ ସ୍ୱରୂପକୁ
ଆଉ କବି ପାଈଁ ଅଜାଡି ଦିଅନ୍ତି ନବ ସର୍ଜନାର
ଦି ପଦ ଭାବନା ।।

Post a Comment

0 Comments