Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରାତ୍ରୀର ରାଣୀ - ସଦାନନ୍ଦ ସାହୁ

ମନର ମାନସୀ ସପନ ରେ ଆସି
କହି ଦିଏ ମିଠା କଥା;
ନିଶାର୍ଦ୍ଧ ରାତ୍ରୀ ରେ ଆସେ ଗୋପନରେ
ଖେଳିବାକୁ ପ୍ରେମ ଶଠା !!
ପ୍ରେମର ମନ୍ତର କରେ ନିରନ୍ତର
ରାତିତି ଅନ୍ଧାର ରେ ବେଶି ;;
ଆହା କି ସୁନ୍ଦର ରୂପକାନ୍ତି ତା'ର
ସରାଗରେ ଦିଏ ହସି !!!
ସପନ ନାୟିକା ସ୍ମୃତି ଅନାମିକା
ହୃଦୟରେ କରେ ଘର ;
ପରିଚୟ ତା'ର ସତେ ଅଗୋଚର
ଢାଳି ଦିଏ ପ୍ରେମ ନୀର !!
ଏକି ଅନୁଭବ ପ୍ରେମରେ ସରାଗ
ମନ ପ୍ରାଣ ମୋର ଝୁରେ ;
ବାସ୍ତବ ଜୀବନେ ମିଳିବ କିମୋତେ
ଭାବନାରେ ଦିନ ସରେ !!
ସପନ ର ଗାଥା ହବ ସତ କଥା
ବିଶ୍ୱାସ ରେ ବସା ବାନ୍ଧେ ;;
ରାତ୍ରୀ ରାଣୀ ମୋର ଦିବସେ ଆସିବ
ଚାଲି ଚାଲି ସେତୁ ବନ୍ଧେ !!!
ପ୍ରେମର ମହାର୍ଘ୍ୟ କରିବି ଅର୍ପଣ
ଦୁନିଆଁ ଦେଖିବ ସତେ ;;
ସିନ୍ଥିରେ ମୁଁ ଦେବି ସୁହାଗ ସିନ୍ଦୁର
ଭଲ ସେ ପାଇବ କେତେ !!
ସପନର ରାଣୀ ସାଜିବୁ ଘରଣୀ
ରହିଲା ମୋ ପ୍ରେମ ରାଣ ;
ତୋ 'ମଥାରେ ଓଢ଼ଣି ଦେବି ମୁଁ ଟାଣି
ଏଇ ମୋ ସଂକଳ୍ପ ଜାଣ !!


ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ

Post a Comment

0 Comments