ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଆସ ନୂଆ ଖାଇବା - ସଦାନନ୍ଦ ସାହୁ

ଆସ ନୂଆ ଖାଇବା - ସଦାନନ୍ଦ ସାହୁ

ପଶ୍ଚିମ ଉତ୍କଳେ ସମଲାଇ ହସେ
ଶୁଭ ଆଶୀର୍ବାଦ ଦେଇ ;
ସମୃଦ୍ଧି ବିଜୟ ଏଗଣ ପରବ
ଆଜି ଶୁଭ ନୂଆ ଖାଇ !!

ପୁର ପଲ୍ଲୀ ଠାରୁ ସହର ବଜାର
ସବୁଠି ପରବ ପ୍ରୀତି ;;
କୃଷି ପରବର ଅପୂର୍ବ ମାହୋଲ
ପରମ୍ପରା ବିଧି କିର୍ତ୍ତୀ !!

ଧନୀକି ଗରିବ ସଭିଙ୍କ ପରବ
ଭାଇଚାରା କରେ ବୃଦ୍ଧି;
ନବୋଦିତ ଶଶୀ ଦିଏ ସତେ ହସି
ପଶ୍ଚିମ ଇଲାକା ସୁଦ୍ଧି !!

ଆସ ରାମା ଦାମା ଆସହେ ସୁଦାମା
ନବାନ୍ନ କରିବା ଲାଗି ;
ନଵ ଶ୍ୱେତ ଵସ୍ତ୍ର ପରିଧାନ କରି
ଆଶୀର୍ବାଦ ନେବା ମାଗି !!

ଘଣ୍ଟହୁଳ ହୁଳି ମାଦଲ କାହାଳୀ
ପ୍ରକମ୍ପିତ ମାଆ ପୀଠ ;;
ଶୁଭ ଶଙ୍ଖ ଧ୍ୱନି ବିଜୟା ଭବାନୀ
" କରିବେ ଖଣ୍ଡନ ରିଷ୍ଟ !

ସୁନାକ୍ଷେତ ଆମ ହସିବ ରେ ମିତ
ମାଆ ର ଆଶିଷ ପାଇ ;
ଅଭାବ କଷଣ ସବୁ ହବ ଦୂର
ଅମାର ପୁରିବ ଭାଇ !!

ଗୁରୁଜନେ ଭକ୍ତି ପରବର ଛବି
ପାଦ ପଦ୍ମେ ଲୋଟିଯିବା;
ଏକ ମନ ହୋଇ ହସିବା ରେ ଭାଇ
ବସିବନି ଶାସ୍ତି ସଭା !!

ଛୋଟ ଠାରୁ ବଡ ନବାନ୍ନ ଖାଇବା
ନୂଆ ଖାଇ ଭେଟ ଘାଟ ;

ଜୁହାର ପରବ ସ୍ମୃତିର ଝଲକ
ରାଜା ପ୍ରଜା ଏକନିଷ୍ଠ !!

ସୁସ୍ୱାଦ ବ୍ୟଞ୍ଜନ ସ୍ୱର୍ଣ୍ଣ ଥାଳି ପୂର୍ଣ୍ଣ
ମହୁର ସାକର କ୍ଷୀରି
ସାଗଭଜା ବଡ଼ି ଘାଣ୍ଟ ତରକାରି
ପରଶେ ମା" ସୁନା ପରି !!
ସଭିଏଁ ପିନ୍ଧିଛେ ନଵ ବସ୍ତ୍ର ଆଜି
ଲାଗିଛିକି ନୂଆ ରଙ୍ଗ ;
କୃଷି କୃଷକର ଆଶା ସ୍ୱର୍ଣ୍ଣକ୍ଷେତ
ସପନ ନହେଉ ଭଙ୍ଗ !!

ଶତପ୍ରଣିପାତ ମାଆ ମୋର ମିତ
ସମଲାଇ ହସିଦେବ ;
କୃଷକ ର ସାଥୀ ଶୁଭ ପ୍ରଦାୟିନି
ନିଅାରା ସମ୍ପର୍କ ଭାବ !!


ସଦାନନ୍ଦ ସାହୁ,
ଧୁରୁଷିଆ, ଆଠଗଡ଼, କଟକ

0 Comments