OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଗଣେଶ ବ୍ରତ - ଲଳିତା ଜେନା

ଗଣେଶ ବ୍ରତ - ଲଳିତା ଜେନା

ଏ ଶୁଭ ସକାଳ ଆସିଛି ଆଜିରେ
ହାତେ ଭୋଗ ଥାଳି ଧରି
ସକାଳୁ ସକାଳୁ ପିଲାଏ ଯାଆନ୍ତି
ଖୁସି ରେ ମନଟି ଭରି ||
ଗଣେଶ ବ୍ରତକୁ ପାଳିବା ଆସରେ
ସଭିଏଁ ଭାଇ ଭଉଣୀ
ଜାତି ଭେଦ ଭୁଲି ଯିବା ଆମେରେ
ଏଇତ ମହତ ବାଣି ||
ପାଠଶାଳା ଟିକୁ ସଜାଇ ଦେବାରେ
ବଜାଇ ଘଣ୍ଟ ଓ ବାଜା
ବିଘ୍ନ ବିନାଶନ ଗୌରୀ ନନ୍ଦନ
ବସିବେ ଗଣେଶ ରାଜା ||
ଆନନ୍ଦେ ପାଳିବା ଗଣେଶ ପୂଜାରେ
ବରଷ କୁ ଆସେ ଥରେ
ପ୍ରଭୁଙ୍କ ଚରଣେ ମନ ପ୍ରାଣଦେଇ
ଭକ୍ତି ରେ ପୂଜା ଟି ସରେ ||


ଲଳିତା ଜେନା
ପ୍ଲଟ : ୮୦୧ ପଟିଆ, ଭୁବନେଶ୍ୱର, ମୋ - ୯୦୯୦୩୪୮୦୭୧

0 Comments