Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ନୂଆଖାଇ ଜୁହାର - ଧ୍ରୁବ ଚରଣ ବେହେରା

ଆସେ ନୂଆ ଖାଇ ଶରତେ ଓହ୍ଲାଇ
ହସଇ ଓଡ଼ିଆ ଜାତି
ମାଆ ସମଲେଇ ଉଭା ଆମ ପାଇଁ
ଏହି ପର୍ବ ଆମ ସ୍ମୃତି ।।

ପଶ୍ଚିମ ଓଡିଶା ଉଠଇ ପଡଇ
ଉତ୍ସବ ମୁଖର ହୋଇ
ପ୍ରତି ପ୍ରାଣେ ଖେଳେ ଆନନ୍ଦ ଲହରୀ
ଏହି ପରବକୁ ପାଇ ।।

ସଭିଙ୍କ ମନରେ ଭାଇଚାରା ପଣ
ସୃଷ୍ଟି କରେ ଏ ପରବ
ଆମରି ଜାତିର ଏହି ପରମ୍ପରା
ଅଟଇ ଆମ ଗରବ ।।

ସକାଳୁ ଉଠକି ସ୍ନାହନ କରନ୍ତି
ସ୍ମରନ୍ତି ପୂଜ୍ୟ ଦେବୀଙ୍କୁ
ମାଆ ପାଦେ ଦେଇ ପୂଜା ନୀତି ଦୀପ
ସୁଖ ମନାସି ସଭିଙ୍କୁ ।।

ସଭିଙ୍କୁ ଲୋ ମାଆ ରଖିବୁ ବିପଦୁ
ପଣତ କାନିରେ ତୋର
ଯମ ଫେରିଯିବ ତୋ ମହିମା ଜାଣି
ଏହି ତୋ ଅମର ବର ।।

ମହାନଦୀ ତୀରେ ମହାମାୟୀ ମାଆ
କେଉଁ କାଳୁ ବସିଅଛି
ସବୁରି ଆପଦା ନିଜେ ସହି ଯାଇ
ଆମକୁ ପାଳି ରଖିଛି ।।

ଆମେ ତା ସନ୍ତାନ ଉତ୍କଳ ମାଟିର
ଅଗ୍ର ପୂଜ୍ୟା ସମଲେଇ
ଆମ ପାଇଁ ବୋଲି ଏମିତି ଯାତରା
ସୃଷ୍ଟି ତାର ଆମ ପାଇଁ ।।

ବନ୍ଧୁ ସହୋଦର ଆତ୍ମୀୟ ସଦୋର
ନଥାଏ ଭେଦ କି ଛୁଆଁ
ଏକତା ରଜୁରେ ସ୍ନେନହ ଡୋରିରେ
ବନ୍ଧା ଆମରି ଦୁନିଆଁ ।।

ଭୋଗ ଖିରି ପିଠା ଭାସେ ସୁ ବ୍ୟଞ୍ଜନ
ମହକି ଯାଆଇ ଗାଆଁ
ବରଷକେ ଥରେ ଆସେ ନୂଆଖାଇ
ଭୁଲିହୁଏ ନାହିଁ ଆହା ।।

ଗୁରୁଜନେ ପଦେ କରୁ ନମସ୍କାର
ଆଶୀର୍ବାଦ ନେଉ ତୋଳି
ସେନହ ଶରଧା ଅଭୁଲା ମୂହୁର୍ତ୍ତ
ନିଆରା ଏ ପର୍ବ ପାଳି ।।

ହରସ ବଦନେ ମନେ ଖେଳିଯାଏ
ଶ୍ରଦ୍ଧାର ଉଠେ ଜୁଆର
ଦୂର ଥାଇ ମୁହିଁ କରଛି ପ୍ରଣାମ
ନୂଆଁଖାଇର ଜୁହାର ।।


ଧ୍ରୁବ ଚରଣ ବେହେରା,
ଅଠରବାଟିଆ, ବାଲୁଗାଁ, ଖୋରଧା

Post a Comment

0 Comments