OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଭାଇ ଭଉଣୀର ବନ୍ଧନ - ଲଳିତା ଜେନା

ଭାଇ ଭଉଣୀର ବନ୍ଧନ - ଲଳିତା ଜେନା

ବରଷକେ ଥରେ ଆସିଛି ଆଜିରେ
ଆମ ଓଡ଼ିଆ ଘର ପରବ ।
ଆମ ପରମ୍ପରା ବଜାଇ ରଖିବା
ଆମ ଓଡ଼ିଆଙ୍କ ଗୈାରବ ।।
ଭାଇ ଭଉଣୀର ପ୍ରୀତିବନ୍ଧନ ଏ
ରାକ୍ଷୀତ ସୁରକ୍ଷା କବଜ ।
ଗୀତ ଗାଇ ଗାଇ ନାଚି କୁଦି ଆମେ
କରିବା ଆସରେ ମଉଜ ।।
ଭେଦ ଭାବ ସବୁ ଭୁଲିବା ଆସରେ
ଭାଇ ଚାରା ଆମ ଭାରତ ।
ଓଡ଼ିଆ ଜାତିରେ କାନେ କାନେ ଆମେ
ଶୁଣାଇବା ବନ୍ଧନ ଗୀତ ।।
ଗାଁ ଠାରୁ ଦେଖ ସହର ଯାକରେ
ଭଉଣୀ ହାତେ ଫୁଲ ଚନ୍ଦନ ।
ସଭିଁଙ୍କ ମନରେ ଖୁସି ଭରିଦେବା
ଭାରତର ଆମେ ସନ୍ତାନ ।।
ସବୁ ପରବକୁ ଆନନ୍ଦେ ପାଳିବା
ପର ଆପଣା ନ ଭାବି ।
ବରଷକୁ ଥରେ ଭଉଣୀ ଚାହିଁଛି
ରାକ୍ଷୀକି ସୁରକ୍ଷା ଭାବି ।।

0 Comments