Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୋ ଧନରେ - ଗୋପାଳ ଚନ୍ଦ୍ର ସାଓ

ଛାତିରେ ତୋ ପାଇଁ ସାଇତି ରଖିଛି
ଅଜସ୍ର ଅମୃତ ଧାରା
ଅତି ଯତନ ରେ ସ୍ନେହ ଶରଧାରେ
ନିଗାଡି ଦେବି ମୁଁ ପରା
ତୁ ମୋ ଧନ ତୁ ମୋ ଜୀବନ
ତୁ ମୋ ଚନ୍ଦ୍ର ତାରା....
ଅଝଟ ପଣ ରେ ଚାହିଁ ଦେଉ ଯେବେ
ପୁରି ଉଠେ ମୋର ଛାତି
ନୀରବେ ନୀରବେ କେତେ କଥା କହୁ
ଛୋଟ ଲାଗେ ଦିନ ରାତି
ତୁ ମୋ ଆଶା ତୁ ମୋ ଭରସା
ତୁ ମୋ ଅଖିର ଜ୍ୟୋତି...
ତୋ ପାଇଁ ଶିଖିଛି ଜହ୍ନ ମାମୁଁ ଗୀତ
ନିତି ଦେବି ତୋତେ ଗାଇ
ମାଗି ଦେଲେ ଥରେ ତାରା ଫୁଲ ଆଣି
ହାତରେ ଦେବି ବଢ଼େଇ
ତୁ ମୋ ଲଉଡି ତୁ ମୋ କଉଡ଼ି
ତୁ ମୋ ଆଶାର ନଈ...
ତୋ ମିଠା ରାହା ରେ ମାଆ ଡାକ ଶୁଣି
ନିଜକୁ ମୁଁ ଧନ୍ୟ ମଣେ
ଦୁନିଆଁ ର ସୁଖ ମୋତେ ଲାଗେ ତୁଚ୍ଛ
ତୋତେ ବଡ଼ ପଣେ ଗଣେ
ତୁ ମୋ ନିଃଶ୍ୱାସ ତୁ ମୋ ବିଶ୍ୱାସ
ତୁ ମୋ ସାହାରା ଜାଣେ...
ହାତ ଧରି ମୋର ଚାଲୁ ଚାଲୁ ଦିନେ
ଚାଲିବୁ ଜୀବନ ବାଟ
ପାଠ ପଢି ଭଲ ମଣିଷ ଟେ ହେବୁ
ହୋଇଲେ ତୁ ଭଲ ଚାଟ
ତୁ ମୋ ଗର୍ବ ତୁ ମୋ ଗୌରବ
ତୁ ମୋ ସୁଖର ହାଟ...


ଗୋପାଳ ଚନ୍ଦ୍ର ସାଓ, ଦେଉଳି ,ବାରିପଦା, ମୟୂରଭଞ୍ଜ

Post a Comment

0 Comments