Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପବିତ୍ର ଭାରତ ବର୍ଷ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପବିତ୍ର ଭାରତ ଭୂଇଁ
ପବିତ୍ର ଅମୃତ ନିର ସମିର
ପୂତ ଅଂଶୁମାଳି କର ,
ପୂଣ୍ୟ ପବିତ୍ର ବିଧୁ ଚନ୍ଦ୍ରିକା
ଝରେ ଜାହ୍ନବୀ ଧାର ।।
ହୀମାଳୟ ଲୀଳା ଭୂଇଁ
ଅଛି ଯହିଁ କଇଳାଶ ଭୂବନ
ଗଙ୍ଗାଧର ତ୍ରୀଲୋଚନ,
ହୀମଗିରି ମଧ୍ୟେ ଭାରତ ମାତାର
କରେ ମଉଳି ମଣ୍ଡନ ।।
କୁମାରୀକା ନିତି ଧୁଏ
ହରଷେ ମା,ର ପଦ କମଳ
ପୂରୁବେ ପଶ୍ଚିମେ ନାଦ,
ବ୍ରହ୍ମରୁ ଶୁଭଇ ଅମୀୟ ରାଗ
ପ୍ରଣବ ଓଁକାର ଶବ୍ଦ ।।
ସରଗୁ ପାତାଳ କେତେ
ପୂଣ୍ୟ ପୟୋଧାର ହୁଏ ପ୍ରବାହିତ
ପବିତ୍ର ଏ ଧରା ବୁକେ,
ପ୍ରବାହେ ସମୃଦ୍ଧ ଶାଳିନୀ ପୁଷ୍ଟ
ପ୍ରକୃତି ସୁନ୍ଦର ଦିଶେ ।।
ଧମନୀ ଶିରା ପ୍ରଶିରା
ସମ ଗଙ୍ଗା, ଗୋଦାବରୀ ଓ କାବେରୀ
ଭାର୍ଗବୀ,ଶାଳିଆ ଧାରା,
ପ୍ରବାହିତେ ପ୍ରାଣୀ ହିତ ସାଧେ ସେତ
ସବୁଜିମା କରେ ଧରା ।।
ତାଳ,ତମାଳ, ମାଳତୀ
ଗଛ,ଲତା,ଗୁଳ୍ମ,ତରୁ,ବୃକ୍ଷ,ଦ୍ରୁମ
ଫୁଲ,ଫଳ ପୂର୍ଣ୍ଣ କାନ୍ତି,
ସବୁଜ ବରଣୀ ଭାରତ ଜନନୀ
ତା ପରେ କୋଟି ଜୁହାର ।।

Post a Comment

0 Comments