Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଧର୍ମଘଟ - ରମାକାନ୍ତ ମିଶ୍ର

ହେ ମହାତ୍ମା ଗାନ୍ଧୀ
ତୁମ ଡାକେ ସର୍ବେ
ହେଲେ ବାନ୍ଧି
ଡାକ ଦେଇ 'ଅହିଂସା'
'ଧର୍ମଘଟ ର ଦେଲ ଶିକ୍ଷା
ସବୁ କଥାର ସହଜ ସମାଧାନ
ଅହିଂସାରେ ରହି
ଅସହଯୋଗ କରି
ଧର୍ମଘଟ କରିବ ପାଳନ
ସବୁ ସମସ୍ୟା ର ସହଜ ସମାଧାନ
ଫଳରେ ଦୁଇ ଶହ ବର୍ଷ
ପରାଧୀନ ଭାରତ ହେଲା ସ୍ୱାଧୀନ

ପାଇଗଲୁ ସ୍ୱାଧୀନତା
ମିଳିଗଲା ସ୍ୱେଚ୍ଛାଚାରିତା
ମିଳିଗଲା ଉତଶ୍ରୁଙ୍ଖଳତା
ଏବେକାର ଧର୍ମଘଟ
କାମ ନ କରିବାର ସହଜ ପନ୍ଥା
ନିରୀହ ଲୋକଙ୍କୁ
କଷ୍ଟ ଦେବାର ମାନସିକତା
ସ୍ୱାର୍ଥ ସିଦ୍ଧି କରିବାର ଉତ୍ତମ ପନ୍ଥା
ସୃଷ୍ଟି କରୁଛି ପରସ୍ପର ମଧ୍ୟେ
ବିଭେଦାତା ଆଉ ଦୂରତା

ଧର୍ମଘଟ କରିବା ପାଳନ
ସମସ୍ୟାର ନୁହେଁ ସମାଧାନ
ପାଇଥିଲୁ ଆମେ ସ୍ବାଧିନତା
ମିଳିଥିଲା ତ ସ୍ବେଛାଚାରିତା
ଅନ୍ୟଂକ ପ୍ରତି ମାନସିକତା
ସୃଷ୍ଟି ହେଲା ଭେଦ ଓ ଦୂରତା |


ଶ୍ରୀ ରମI କାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0 Comments