Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତୋର ଗୋଲାପୀ ଚେହେରା - ଜିତେନ୍ଦ୍ର ସାହୁ

ଗୋଲାପ ବଣର ଗୋଲାପୀ ରାଣୀ ତୁ
ରୂପରଙ୍ଗ ତୋର ନିଆରା,
ତତେ ଅବା କିସ ଗୋଲାପ ଦେବି ମୁଁ
ତୋର ତ ଗୋଲାପୀ ଚେହେରା,,।।
ଏମିତି ରୂପସୀ ରମଣୀ ଟିଏ ତୁ
ନାହିଁ କଳଙ୍କର ଦାଗ,
ଫୁଲର ଝରଣା ଫଗୁଣ ଠିକଣା
ତୋ'ଠୁ ଜାଣୁଛନ୍ତି ଦିଗ,,
ଇନ୍ଦ୍ରଧନୂ ସାତ ରଙ୍ଗ ଫିକା ପଡେ
ଦେଖିଦେଲେ ରୂପ ପସରା,,
ତତେ ଅବା କିସ ଗୋଲାପ ଦେବି ମୁଁ
ତୋର ତ ଗୋଲାପୀ ଚେହେରା,,।।
ଶୀତଳ କୋମଳ ନମ୍ରତା ସୁଶିଳ
ସୁନ୍ଦରୀ ତୋ ବ୍ୟବହାର,
ଅଧର ଖୋଲିଲେ ମଧୁର କଥାରେ
ତୋଳେ ସଙ୍ଗୀତର ଝଙ୍କାର,,
ମନଲୋଭା ସତେ ଫୁଲେଇ ଗେହ୍ଲିଟେ
ପାଗଳ କରେ ତୋ ଇସାରା,,
ତତେ ଅବା କିସ ଗୋଲାପ ଦେବି ମୁଁ
ତୋର ତ ଗୋଲାପୀ ଚେହେରା,,।।




ଜିତେନ୍ଦ୍ର ସାହୁ,
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments