Information

ମନ କଥା (୨) - ଦେବୀ ପ୍ରଧାନ

କେମିତି ଭୁଲିଲ ଅତୀତକୁ ତୁମେ
କେମିତି ପାରିଲ ରହି ,
ଜୀବନ ଯନ୍ତ୍ରଣା କଷଣ ଦେଉଛି
ପାରୁନାହିଁ ଆଉ ସହି ।

ଚାତକ ପରି ମୁଁ ଚାହିଁ ରହିଥିବି
ତୁମରି ବାଟକୁ ସାଥି ,
ଫେରି ଆସ ମୋର ଏହି ହୃଦୟକୁ
ଥରେ ସେ ଅତୀତ ଭାବି ।

ନିରୀହ ଏ ମନ ତୁମରି ସ୍ମୃତିରେ
ହୁଏ ସଦା ଛଟ ପଟ ,
ତୁମେ କି ବୁଝିବ ଏଇ ଜୀବନ
ଚାହିଁଅଛି ତୁମ ବାଟ ।

ଲେଖୁଛି ଲେଖିବି ସଦା ଲେଖୁଥିବି
ତୁମରି ପାଇଁ କବିତା ,
ବିଶ୍ୱାସ ମୋହର ଦିନେ ତ ଫେରିବ
ଭାଂଗି ସବୁ ନିରବତା ।।

Post a Comment