Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବନ୍ଧୁ ମିଳନ - ରଶ୍ମି ରଞ୍ଜିତା ମିଶ୍ର (ରୋଜି)

ଆଜି କେ ଡାକ୍ତର,କେ ଇଂଜିନିୟର
କିଏ ଜବାନ ଦେଶର
କିଏ ବା ଶିକ୍ଷକ, କବି କି ଲେଖକ
କିଏ ପୁଣି ଠିକାଦାର ।।

କେତେ ଆନନ୍ଦରେ ହୋଇଛେ ଏକାଠି
ସୁଖ ଦୁଃଖ ନେବା ବାଣ୍ଟି
ଏ ବନ୍ଧୁ ମିଲନ ମହୋତ୍ସବେ ଆଜି
ବାଲ୍ୟ ଜୀବନକୁ ଘାଣ୍ଟି ।।

ବାପାଙ୍କ ଆକଟେ, ଶିକ୍ଷକ ଙ୍କ ଛାଟେ
ଗଢା ଆମ ଏ ଜୀବନ
ଆସ ସାଥି ଆସ ଏକାଠି ଖୋଜିବା
ଆମର ସେ ପିଲା ଦିନ ।।

ଗଛ ଚଢା ଆଉ ପୋଖରୀ ପହଁରା
ଗହ୍ମା ଡିଆଁ , ରଜ ଦୋଳି
ବୋଉର ପଣତ ଶ୍ରୀମନ୍ଦିର ନେତ
ଝାଡ଼ି ଦିଏ ଦାଣ୍ଡ ଧୂଳି ।।

ଛାତ୍ର ଜୀବନ କି ଫେରିବ ଆଉରେ
ହେବ ଆମେ ପୁଣି ସାଥି
ମିଛ ରାଗ,ରୁଷା, ମୁହଁ ଫୁଲା ଫୁଲି
ଭୁଲି ଭେଦ ଭାବ ରୀତି ।।

ଶରୀରଟା ସିନା ଥାଏ ବିଦ୍ୟାଳୟେ
ମନ ଟା ତେନ୍ତୁଳି ଗଛେ
କେତେ ନୂଆ ନୂଆ ବାହାନା ତିଆରି
ବୁଲୁଥିଲେ ଆଗ ପଛେ ।।

ହାରିବା, ଜିତିବା ନ ଥିଲା ଖାତର
ଆମରି ଛାତ୍ର ଜୀବନେ
ଏବେ ହାର, ଜିତ ସଂଘର୍ଷ ଲାଗିଛି
ସମୟର ବ୍ୟତିକ୍ରମେ ।।


ରଶ୍ମି ରଞ୍ଜିତା ମିଶ୍ର (ରୋଜି ମିଶ୍ର)
ବ୍ରାହ୍ମଣକୁଶଡିହ, ବାଲୁଗାଁ

Post a Comment

0 Comments