Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ପରଖିବା ବନ୍ଦ କର - ଫିରୋଜ୍ କୁମାର ପଟେଲ

ମୁଁ ବି ମୋ ଭିତରେ
ବାନ୍ଧି ରଖିଛି ପ୍ରଳୟ
ଯିଏ ଉଡେଇ ନେଇ ପାରେ
ଲକ୍ଷେ ସୁନ୍ଦରୀ ର ମନ
ପ୍ରଣୟ ପାଇଁ ମୋହି ଆଣି ପାରେ
ମୋ ଛାତ ଉପର କୁ ଜହ୍ନ
ହେଲେ ମୁଁ ତ ଶାନ୍ତ,
ତେଣୁ.. ପରଖିବା ବନ୍ଦ କର ।
ଖସି ପଡ଼ିଥିବ ତୋ ଅଂଟା ତଳ କନା
ମୋର କୁଆଁରୀ ମାଂସ ର ଲୋଭ ହୋଇପାରେ
ହେଲେ ତୋର ମୋର ସ୍ପନ୍ଦନ ମିଶି
ଆମ ସ୍ପନ୍ଦନ ହେଇ ସାରିଛି
ତେଣୁ.. ବିଶ୍ୱାସ କର
ଆଉ.. ପରଖିବା ବନ୍ଦ କର ।
ଅବିଶ୍ୱାସ ର ବଳୟ କୁ
ଦିଗନ୍ତ ବାହାରେ ରହିବାକୁ ଦେ
ମୁଁ ନିଜକୁ ତୋ ଭିତରେ ଢାଳି ଦେଇଛି
ତୁ ମତେ ତୋ ସଂସାର କରି ନେ
ସମ୍ପର୍କ ର ଭୂଇଁ ରେ
ଏ ଭୂମିକମ୍ପ...
ଖିନ୍-ଭିନ୍ କରିପାରେ ତତେ ଆଉ ମତେ
ତେଣୁ ଥୟ ଧର..
ଆଉ ..ପରଖିବା ବନ୍ଦ କର ।


ଫିରୋଜ୍ କୁମାର ପଟେଲ
ଅବନକେଲା, ସୁନ୍ଦରଗଡ

Post a Comment

0 Comments