Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କବି ତୁମେ ଦ୍ଵିତୀୟ ଈଶ୍ୱର - ତପସ୍ଵିନୀ ଦାଶ

ଯେଣୁ ତୁମେ ସୃଷ୍ଟି କରିପାର
ତୁମ ଦିବ୍ୟ ଲେଖନୀରେ
ନିତ୍ୟ ସୃଜନୀରେ
ନୂଆ ସୂର୍ଯ୍ୟ ଚନ୍ଦ୍ର ପୁଣି ନୂତନ ସାଗର
ଫୁଲ ଫଳ ଭରା ନୂତନ ସହର
ସବୁଜ ସହର ଦେଇପାର ସବୁଜ ସଙ୍କେତ,
କବି ! ତୁମେ ତ ଆଙ୍କିପାର ନୀଳ ଅମ୍ବର
ଗ୍ରହ ନକ୍ଷତ୍ର , ମେଞ୍ଚା ମେଞ୍ଚା ସ୍ବପ୍ନ
ଅୟୁତ ଯୁଗର,
କେବେ ପୁଣି ଗଢିଡିଅ ନୂଆ ସ୍ୱର୍ଗ
ଆଣିଦିଅ ନିଦ
ତତଲା ଆଖିରେ
ଧୋ ରେ ବାଇଆ ଧୋ
ଯେଉଁ କିଆରୀରେ ଗହଳ ମାଣ୍ଡିଆ
ସେଇ କିଆରୀରେ ଶୋ--------
ଗାଇପାର ----କୋଳେଇ ନିଅ ସବୁ ବିଷ
ଭରିଦିଅ ଅମୃତର ଧାର
ନୀଳତୃଷ୍ନା ତମରି ଲେଖନୀର ପାଲଟି ଯାଏ ନୀଳନୟନୀ
ପାଦ ଥାପି ଥାପି ଚାଲେ କଣ୍ଟା ଗାଳିଚା ଉପରେ
ତୁମେ ତାକୁ ସଜେଇ ଦେଇପାର ମଧୁଶେଯ
ମରୂଭୂମିରେ ତୁମେ ହିଁ ବୁହେଇପାର ମଳୟ
ସପ୍ତ ସାଗର ଅଳସ ଭାଙ୍ଗେ ଲହରୀମାଳ
ସବୁ ତୁମେ ହିଁ ପାର
ତୁମ ଲେଖନୀ ଖଣ୍ଡା ଠୁ ଧାର
କେତେବେଳେ ବିଚ୍ଛେଦ
କେତେବେଳେ ସମ୍ପର୍କ ଯୋଡି ପାର
କବି ତୁମେ ସତ କୁ ସତ ଦ୍ଵିତୀୟ ଈଶ୍ବର ●

Post a Comment

0 Comments