Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଧରମାର କୋଣାର୍କ - ମାନସ ରଞ୍ଜନ ପଟ୍ଟନାୟକ

ଧନ୍ୟ ନରସିଂହ ଦେବ ଧନ୍ୟ ତୁମ ମତି,
କୋଣାର୍କର ଚାରୁକଳା ରହିଚି ସାଇତି।
ସୂରୁଜ ଦେବତା ଦିନେ ପାଉଥିଲେ ପୂଜା,
ମହାନ ସମ୍ରାଟ ରୂପେ ଉଡାଇଲ ଧ୍ବଜା।
ଏ ବୀର କଳିଙ୍ଗ ଭୂମି ସହିଚି ଯନ୍ରଣା,
କଳାପାହାଡ ଆସିଲା କରିଲନି ମନା।
ମନେପଡୁଥିବ ସେଠି ଉତ୍କଳୀୟ କଳା,
କାଋକାର୍ଯ୍ୟ ରୂପ ତାର ଦିଶୁନି ମଉଳା।
ବାରଶହ ବଢ଼େଇଙ୍କ ନିହଣର ମୂନ,
ଗାଇବାକୁ ଶକ୍ତି ନାହିଁ ତାଙ୍କ ଗୁଣଗାନ।
ବିଶୁମହାରଣା ଥିଲା ଏ ମାଟିର ପୁଅ,
କିପରି ଗଢ଼ିଲ ଏତେ କାରୁକାର୍ଯ୍ୟ ମୁହଁ।
ବାରବରଷ ତପସ୍ୟା ହେଲା ଏକାକାର,
କେତେ ଯନ୍ରଣା ଭୋଗିଛ କୁହ ତୁମ୍ଭେ ବୀର।
ହାତଗଢ଼ା ମନ୍ଦିରଟି ହୋଇଲା ନିର୍ମାଣ,
ଶତବାର କରୁଅଛି ତୁମ୍ଭକୁ ପ୍ରଣାମ।
କାରିଗର ମାନଙ୍କର ନିହଣର ଭେଟ,
କାରୁକାର୍ଯ୍ୟରେ ମଣ୍ଡିତ କୋଣାର୍କ ମୁକୁଟ।
କୋଣାର୍କର ପଟ୍ଟଚିତ୍ର କିଏସେ ଭୁଲିବ,
ଯେତେଦିନ ମୁଣ୍ଡଟେକି ମନ୍ଦିର ରହିବ।
ସେ ସୁର୍ଯ୍ୟମନ୍ଦିର ଅଟେ ଆମ୍ଭ ମୂକସାକ୍ଷୀ,
ଚାହିଁଦେଲେ ଥରେ ତାକୁ ମନଯିବ ଲାଖି।
କମନୀୟ ରୂପ ତାର ମାର୍ଧୂଯ୍ୟ ଚିତର,
ଆହାକି ସୁନ୍ଦର ଦିଶେ ଅର୍ପୂବ ଶରୀର।
ଶୋଭନୀୟ ଦୃଶ୍ୟ ସେଠି ଭାରି ମନୋରମ,
ଭଗ୍ନ ପାଶାଣ ମୂରତୀ ବିକ୍ଷିପ୍ତ ଯୌବନ।
ଆଉ ମନେ ରହି ନାହିଁ ସୁଯୋଗ୍ୟ ଧରମା,
କୀର୍ତ୍ତିମାନ ବାଳକ ସେ ରଖିଲା ମହୀମା।
ଯୁଗଯୁଗ ପାଇଁ ସିଏ ରହିଲା ଅମର,
ମୁଣ୍ଡିମାରିଦେଇଥିଲା ସୁର୍ଯ୍ୟରମନ୍ଦିର।
ବାରଶହ ବଢ଼େଇଙ୍କ ବଢ଼ିଗଲା ତିନ୍ତା,
କିପରି ବଂଚିବା କୁହ ବିଶ୍ବର ନିୟନ୍ତା।
ବିଶୁମହାରଣା ଆଖି ଲୋତକରେ ଭରି,
ଅଶ୍ରୁଜଳ ବୋହିଥିଲା ହୋଇଗଲା ବାରୀ।
ପିତାର ଆଦେଶ ମାନି ଚଢ଼ିଲା ଶିଖରେ,
ବଳୀଦାନ ଦେଉଅଛି ଦେଖ ତୁମ୍ଭେ ବାରେ।
ବିସର୍ଜନ ଦେଇଦେଲା ସାଗର ଗର୍ଭରେ,
ଯଶକୀର୍ତ୍ତି ଛାଡିଗଲା ବାର ବରଷରେ।
ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ ଧରମାର ନାମ,
କୋଣାରକ ଚିତ୍ରକଳା କରେ ଜୟଗାନ।
ଅଭାଗା ମନ୍ଦିର ହୋଇ ପଡିବନି ସେହି,
ଉତ୍କଳୀୟ ଶିଳ୍ପୀଙ୍କର ପଟ୍ଟନ୍ତର ନାହିଁ।
ଧରମାର କୋଣାରକ ଶୋଭାପାଉଥିବ,
ଥରେ ଯାଇ ଦେଖିଆସ ଆନନ୍ଦିତ ହେବ।


ସଂପାଦକ- ମାଟିର ମହକ
ଦୂରଭାଷ- ୯୦୪୦୭୫୧୪୯୦

Post a Comment

0 Comments