Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନୂଆ କାହାଣୀ - ଦେବୀ ପ୍ରଧାନ

ତୁମରି ପରସେ ଏଇ ମୋ ଜୀବନ
ହୋଇଗଲା ସାଥି ଧନ୍ୟ ,
ଆଜି ମୁଁ ଲେଖୁଛି କବିତା ଆକାରେ
ବୁଝିବାକୁ ମୋର ମନ ।

ଏତେ ଖୁସି ଦେଲ ଏଇ ମୋ ଜୀବନେ
ଭାବି ମୁଁ ଜେ ପାରୁନାହିଁ ,
ଧନ୍ୟ ହେଲି ଆଜି ଧନ୍ୟ ହେଲି ସାଥି
ନୂଆ ଜୀବନଟେ ପାଇ ।।

ଆଖିର ଲୁହକୁ ଲୁଚେଇ ଲୁଚେଇ
ଦିନ ରାତି ବିତେ ଏକା ,
ନୂଆ ଜୀବନଟେ ପାଇଲି ସେବେଠୁ
ଯେବେ ତୁମେ ହେଲ ଦେଖା ।।

ଆଖି ମୁଁ ଖୋଲିଲେ ଏ ଆଖି ବୁଜିଲେ
ତୁମ ମୁହଁ ଖାଲି ନାଚେ ,
ଗୋଟିଏ ମୂହୁର୍ତ୍ତ ନ ଦେଖିଲେ ସାଥି
ଏ ମନ ତୁମକୁ ଖୋଜେ ।।


ନାମ- ଦେବୀ ପ୍ରଧାନ
ଗ୍ରାମ-ପାଣିଭଣ୍ଡାର, ପୋଷ୍ଟ-କେଶପୁର, ଜିଲ୍ଲା-ଭଦ୍ରକ
ମୋବାଇଲ-୯୫୫୬୭୦୧୫୭୭

Post a Comment

0 Comments