ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଆଖି ଲୁହ ଯାଏ ଶୁଖି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଆଖି ଲୁହ ଯାଏ ଶୁଖି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ନାହିଁ ନାହିଁ ତ, ଯିଏ ଫେଡିବ ଆରତୀ ଆରତ
ନାହିଁ ନାହିଁ ତ , ତୁମେ ଚଉବାହା ଏକାସିନା ସାହା
ତୁମେ ବନ୍ଧୁ, ପିତା,ମାତା,ମଇତ୍ର , ନାହିଁ ନାହିଁ ତ…।।
ପ୍ରହଲ୍ଲାଦ ତା’ର ବାଳୁତ କାଳରୁ ଲଭିଲା ଅନେକ ଯାତନା
ହୃଦଗତେ ସ୍ମରି କରିଲା ଗୁହାରି ଘଟିଲା କି ବିଡ଼ମ୍ବନା
ଅଦ୍ଭୁତ କାୟାରେ ନୃସିଂହ ରୂପରେ
ସ୍ତମ୍ଭୁ କିପରି ହେଲ ଆବିର୍ଭୁତ , ନାହିଁ ନାହିଁ ତ…।।
ମାନବ ସମାନ କଳେବର ତୁମ ବାମନ ରୂପରେ ଜନମ
ଅଦିତୀ କୋଳରେ ଜନ୍ମିଲ ଠାକୁରେ ବଳୀ କୁ କରିଲ ଦମନ
ଆହା କି ସୁନ୍ଦର ଅଭିନବ ଢଙ୍ଗେ
ଦୈତ୍ୟଗୁରୁ ଶୁକ୍ର କଣା ହେଲେ ତ , ନାହିଁ ନାହିଁ ତ…।।
ସତ୍ୟସନ୍ଧ ରଘୁ କୂଳ ଚନ୍ଦ୍ରମା ହେ ରାମଚନ୍ଦ୍ର ବୀରବର
ପଟାନ୍ତର ନାହିଁ ରାମ ରାଇଜର ଛେଦିଥିଲ ଦଶଶିର
ପତିତପାବନ ନାମକୁ ବହିଲ
ତୁମେ କୈବର୍ତ୍ତ କୁ ମୁକ୍ତି ଦଇ ତ , ନାହିଁ ନାହିଁ ତ…।।
ହେ ମନ୍ଦରଧର ଅପୂର୍ବ ତୁମର ସେ ଯୁଗର ଖେଳା ଲୀଳା
ଗୋପରୁ, ମଥୁରା ଅନନ୍ୟ ସେ ଲୀଳା କୃଷ୍ଣ,କାହ୍ନା,କାଳିଦଳା
ମହାଭାରତ ର ନିରପେକ୍ଷ ବୀର
ସତୀ ଦ୍ରୈ।ପଦୀ ଙ୍କୁ ସାହା ହେଲତ , ନାହିଁ ନାହିଁ ତ…।।
ଆଜି ଏହି ଜାତୀ କାହିଁ ଗତି, ମୁକ୍ତି କାହିଁ ଗଲ ଭଗବାନ
କୋଟିଏ ନିରେଖ ଆଖି ଲୁହ ଦେଖ ହେଉଛି ପ୍ରବାହମାନ
ଦାରୁ ରୂପ ଛାଡ଼ି ଆସ ମହାକାଳ
ପ୍ରଭୁ ଆଉ ସହି ହେଉ ନାହିଁ ତ , ନାହିଁ ନାହିଁ ତ…।।
ବିକଳ ମନର ଆକୁଳ ବେଦନା ନଶୁଣି କି ଜଗନ୍ନାଥ
ପ୍ରଫୁଲ୍ଲ ପଚାରେ ଆଉକେବେ ତୁମେ ଶୁଣିବ ଆରତୀ ଆରତ
ଦୁଃସହ ଏଠି ଜୀବନ ଜାତକ
ଏବେ ଆସ ଆସ ସାହା ହୁଅତ , ନାହିଁ ନାହିଁ ତ…।।

0 Comments