OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ନିବିଡ଼ ବନ୍ଧୁତା ସମ୍ପର୍କର ଛିଟା - ସଦାନନ୍ଦ ସାହୁ

ନିବିଡ଼ ବନ୍ଧୁତା ସମ୍ପର୍କର ଛିଟା - ସଦାନନ୍ଦ ସାହୁ

ନିବିଡ଼ ସମ୍ପର୍କ କରେନା ବିତର୍କ
ବନ୍ଧୁତାର ନିଦର୍ଶନ ;
ବନ୍ଧୁମୋର ହସେ ସରାଗରେ ସତେ
ବିମୋହିତ ମନ ପ୍ରାଣ !!
ବନ୍ଧୁ ମାନେନାହିଁ ଜାତିକି ଅଜାତି
ଧନୀ ଗରିବର ଭେଦ;
ବନ୍ଧୁର ହୃଦୟ ଗଙ୍ଗାଠୁ ନିର୍ମଳ
ପବିତ୍ରତା ମହାମନ୍ତ୍ର !!
ଜୀବନପଥରେ ବନ୍ଧୁ ମଧ୍ୟଚାଲେ
ଭୂମିକା ନିର୍ବାହ କରି ;
ବିପଦ ଆପଦେ ବନ୍ଧୁ ଧାଇଁଆସେ
ସମ୍ପର୍କର ଖିଅ ଧରି !!
ପ୍ରକୃତ ବନ୍ଧୁର ଏଇ ପରିଚୟ
ରାଜ ଦ୍ୱାରେ ଶମସାନେ ;
ଉତ୍ସବ ବ୍ୟତ୍ସନେ ରହେ ଉପସ୍ଥିତ
କୋଟି ଜନମନ ଜିଣେ !!
ଦେଇ ଆଶ୍ୱସନା ପୋଛି ଦିଏ ଲୁହ
ସଙ୍କଟରେ ଥିଲେ ବନ୍ଧୁ ;
ବନ୍ଧୁ ଏକା ବୁଝେ ଦରଦୀ ହୃଦୟେ
ନୟନୁ ନିଗାଡ଼ି ବିନ୍ଦୁ !!
ଶୁଭ ଅବସରେ ଏ ବନ୍ଧୁତା ଦିବସେ
କରୁଛି ମୁଁ ନିବେଦନ ;
ଆହେ ବନ୍ଧୁଗଣ ରଖ ବନ୍ଧୁପଣ
ମନରେ ନରଖି ଆନ !!
ମଧୁର ସମ୍ପର୍କ ଗଢିବ କୋଣାର୍କ
ସ୍ମୃତି ଦୀପ୍ତିମୟ ହୋଇ ;
ଉଦ୍ଭାସିତ ହେବ ଏସାରା ବିଶ୍ୱରେ
ବନ୍ଧୁତା 'ର ଗାଥା ଗାଇ !!
ବିଶ୍ୱସମୁଦାୟ ଏକ ପରିବାର
ବନ୍ଧୁତା' ତ ସେତୁ ବନ୍ଧ ;
ସେତୁବନ୍ଧେ ଚାଲ ଧରି ସର୍ବେ ହସ୍ତ
କାନ୍ଧକୁ ମିଳାଇ କାନ୍ଧ ;!!


ସଦାନନ୍ଦ ସାହୁ, ଧୁରୁଷୀଆ, ଆଠଗଡ, କଟକ

0 Comments