Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଋଦ୍ଧିମାନ୍ ମୁହିଁ - ଘନଶ୍ୟାମ ସାହୁ

ଋଦ୍ଧିମାନ୍ ମୁହିଁ ମଣୁଛି ନିଜକୁ
ଜନମି ତୋ ପୁଣ୍ୟ ଧାମେ,
ଋଷି ମୁନି ଜ୍ଞାନୀ ବିଜ୍ଞ ଗହଣେ
ରହୁଛି ଦିବସ ଯାମେ ।।୧।
ଋଷଭଧ୍ୱଜ ବି ଯାକୁ ନିତି ଧ୍ୟାୟୀ
ଦେବଗଣେ ସ୍ୱର୍ଗୁ ଖସି,
ଋକ୍ ଯଜୁ ସାମ ବେଦ ମତେ ସ୍ତୁତି
କରୁଥାନ୍ତି ନିତି ଆସି ।।୨।
ଋକ୍ଷ ବାନର ସେନା ସହିତ ଯେ
ସବଂଶେ ରାବଣ ମାରି,
ଋତମ୍ଭର ହୋଇ ଆଦର୍ଶ ରଖିଲେ
ସେହି ରାମକୃଷ୍ଣ ହରି।।୩।
ଋଷିକଳ୍ପେ ଆଶା ସେ ହରି ଭରସା
କଳିରେ ଶ୍ରୀ ଜଗନ୍ନାଥ,
ଋଦ୍ଧ କରହେ ଏ ଧାମକୁ ପ୍ରଭୁ
କରୁଅଛୁ ପ୍ରଣିପାତ ।‌।୪।


ଟୀକା= ଋଦ୍ଧିମାନ୍-ସୈ।ଭାଗ୍ୟବାନ, ଋଦ୍ଧ-ସମୃଦ୍ଧ, ଋଷଭଧ୍ୱଜ-ମହାଦେବ, ଋତମ୍ଭର-ସତ୍ଯପାଳକ, ଋକ୍ଷ-ଭଲ୍ଲୁକ, ଋଷିକଳ୍ପ-ଋଷିଙ୍କ ପରି ଜ୍ଞାନୀ ଓ ଆଚାରବନ୍ତ


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ , ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ , ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର ---୯୪୩୭୬୬୪୫୩୭,
ପିନ୍ କୋଡ -- ୭୫୯୧୨୭

Post a Comment

0 Comments