ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ରଙ୍ଗ ଜୀବ - ସିପ୍ରା ନାମତା (ନମ୍ରତା)

ରଙ୍ଗ ଜୀବ - ସିପ୍ରା ନାମତା (ନମ୍ରତା)

ଆଙ୍କିବସେ ମୁଁ କ୍ୟାନଭାସ ପରେ
କେତେ ରଙ୍ଗ କେତେ ତୂଳୀ ରେ ,
ଜୀବନ ତ ଖାଲି ରଙ୍ଗ ଛିଟା ମାତ୍ର
ଜାଣେନା ତା' ଗତି ପଥରେ ।।

କଂଟକ ବନେ କଣ୍ଟକ ଫୁଟେ
ଅବ୍ୟକ୍ତ ଅବାରିତ ,
ସେଇ ଛବି ତଳେ ଖେଳିବୁଲେ କେତେ
କାହାଣୀ କେତେ ମିଛ ,ସତ ।।
ଏଇ ତ ଜୀବନ ଦୁଃଖ ର ଜୁଈ ରେ
ରଙ୍ଗ ଜୀବ ର ଜୀବନ ।।।

ଆଙ୍କିବାକୁ ତୁମ ଜୋଛନା କିରଣ
ହସ ର ମଧୁର ଝର ,
ଲୁଚାଇବି ମୋର ସତୃଷ୍ଣ ଆଖିର
ସିକ୍ତ ଅଶ୍ରୁ ର ଝର ।।

ପ୍ରେମ ର ଚିତ୍ର ଆଙ୍କି ମୁଁ ବସିଛି
ଲୁଚାଇ ଅଦିନ ଝଡ,
ପେଟ ପାଇଁ ଯେବେ ଓପାସ ଭୋକରେ
ପଡ଼ଇ ମରୁଡି ଚଡ ।।
ସେଇ ଜୀବନ ଜୁଆରେ ଭାସୁଛି
ରଙ୍ଗ ଜୀବ ର ଜୀବନ ।।।

0 Comments