ରଥ ପଥ ଜଗନ୍ନଥ - ସଦାନନ୍ଦ ସାହୁ

ରଥ ପଥ ଜଗନ୍ନଥ - ସଦାନନ୍ଦ ସାହୁ

ଚିର ଦୀପ୍ତିମୟ ସମୃଦ୍ଧି ବିଜୟ
ରଥ ପଥ ଜଗନ୍ନାଥ ;
ଅପୂର୍ବ ଏ ପର୍ବ ବିଶ୍ୱରେ ବଦିତ
ଜୟ ଜୟ ଜଗନ୍ନାଥ !!
ବରଷକେ ଥରେ ରଥ ଚକ ଗଡ଼େ
ପ୍ରଭୁଙ୍କ ମହିମା ବହି ;
ଭଗ୍ନୀ ଭ୍ରାତା ସଙ୍ଗେ ପ୍ରଭୁ ଜଗନ୍ନାଥେ
ଐଶୁର୍ଯ୍ଯ ପରବ ଏହି !!
ଭକତ ଜନର ଏ ପ୍ରିୟ ଠାକୁର
ଭକତ ଭାବରେ ବନ୍ଧା ;
ପତିତ ର ଦୁଃଖ ହରେ ଜଗନ୍ନାଥ
ସେଥି ପାଇଁ ରଥ ଯାତ୍ରା !!
ରଥରେ ଦର୍ଶନ ସତେ ମହାଭାଗ୍ୟ
କୋଟି ଜନମ ର ପୁଣ୍ୟ ;
ରଥାରୂଢ଼ ପ୍ରଭୁ ହରନ୍ତୀ ଦୁଃଖ କୁ
ଶୂନ୍ୟ ହସ୍ତ ହୁଏ ପୂର୍ଣ୍ଣ !!
କର୍ମବେଦୀ ଛାଡ଼ି ପ୍ରଭୁ ଆସନ୍ତି ଓହ୍ଲେଇ
ଜନ୍ମବେଦୀ ଅଭିମୁଖେ ;
ମାଉସୀର ସ୍ନେହଁ ସୁଖର ସୌହାର୍ଦ୍ଦ୍ୟ
ପୋଡା ପିଠା ବାନ୍ଧି ରଖେ !!
ଶୀକ୍ଷେତ୍ର ର ମଣି କାଳିଆ କହାଣୀ
ରଥ ଯାତ୍ରା ମନ ବାଞ୍ଛା
ଭକ୍ତ ଟାଣିଧରେ ରଥ ଦଉଡିକୁ
କାଳିଆର ଥିଲେ ଇଛା !!
କେତେ ସ୍ମୃତି ଗାଥା ରଥ ଯାତ୍ରା କଥା
ଏ ବିଶ୍ୱ ପାଳୁଛି ପ୍ରଥା ;
ଜଗନ୍ନାଥ ମୟ ଏ ସାରା ସଂସାର
ଭକ୍ତଜନ ଗାଏ ଗାଥା !!
ଘଣ୍ଟ ହୁଳ ହୁଳି ପଡଇ ଉଛୁଳି
ରଥ ଯାଏ ଗଡି ଗଡି ;
ଅହେଡ ଜଗନ୍ନଥ ହୁଅ ହେ ସଦୟ
ସବୁ ପାପ ଯାଉ ଛାଡି !!


ଧୁରୁସୀଆ, ଆଠଗଡ଼, କଟକ

1 Comments

  1. ବଣମଲ୍ଲୀର ମହକ ପରିବାର କୁ ଅଜଶ୍ର ଧନ୍ୟବାଦ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।