ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଆସ ରୋକିବା ଦୁର୍ନୀତିକୁ - ଜିତେନ୍ଦ୍ର ସାହୁ

ଆସ ରୋକିବା ଦୁର୍ନୀତିକୁ - ଜିତେନ୍ଦ୍ର ସାହୁ

ସ୍ବାଧୀନ ପରଠୁ ସମଗ୍ର ଭାରତ
ଆଜିବି ଅଛି ସେମିତି,
ଭ୍ରଷ୍ଟାଚାର ଆଉ ମନ୍ଦ ରାଜନିତୀ
ବଢାଉଛନ୍ତି ଦୁର୍ନୀତି,,।।
ନିର୍ମୂଳି ଲତା ପରି କଳାବଜାରୀ
ସମାଜେ ଗଲାଣି ମାଡି,
ଜନସାଧାରଣ କରି ହା' ହା' କାର
ନିଶାରେ ଗଲେଣି ବୁଡି,,।।
କେତେ ଦାରିଦ୍ର୍ୟତା ଆଉ ନିରକ୍ଷତା
ନଷ୍ଟ କରୁଛି ଦେଶକୁ,
ନିବାରଣ ପାଇଁ ସଚେତନ ହେବା
ଆସ ରୋକି ଦୁର୍ନୀତିକୁ,,।।
ସ୍ବାଧୀନ ଦେଶର ନାଗରିକ ଆମେ
ରଖନି ମନରେ ଭୟ,
ସର୍ବେ ଏକା ହେଲେ ଏକତା ବଳରେ
ହୋଇବ ନିଶ୍ଚେ ବିଜୟ,,।।


ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

0 Comments