Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଅଦ୍ୱିତୀୟ ଅଭିନବ ଅମ୍ଳାନ ଭାରତ ବର୍ଷ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

କେଡେ ସୁରୁଚିର ଅତି ମନୋହର
ଯାହାର ତୁଳନା ନାହିଁ
ସବୁଠାରୁ ପ୍ରିୟ ସେହି ମୋର ସ୍ୱର୍ଗ
ମା'ମୋ ଜନମଭୁଇଁ ।।
ତିନି ଲୋକେ ସାର ଧରଣୀ ରାଣୀ ର
ରମଣୀୟ ଚିତ୍ର ଶୋଭା
ଅପାସୋରା ଚିତ୍ରେ ଚିତ୍ରିତ କୋମଳ
କାନ୍ତି ଅତି ମନଲୋଭା ।।

ଲତା, ଦ୍ରୁମ, ଗୁଳ୍ମ ମହୈ।ଷଧି ମାନ
ଯତନେ କରିଛି ଠୁଳ
ବିତରି ଦେଇଛି ପୂତ ପୟୋଧର
ଆକୁମାରି ହିମାଚଳ ।।
ସାଇତି ରଖିଛି ଅପୂର୍ବ ସଂପଦ
ଧନରତ୍ନ ,ମଣି ଖଣି
ବିପୁଳ ବିଭବ ଅଧିକାରିଣୀ ମୋ
ଜନନୀ ଭାରତ ଭୂଇଁ ।।

ଏଠି ମିଳିଥାଏ ଆମ୍ବ,ନରିକେଳ
ସୁଧା‌ମୟ ମିଠା ଫଳ
ଏହା ହିଁ କେବଳ ସମ୍ଭବ ଯାହା କି
ମିଳଇ ଏଠି କେବଳ ।।
ଏଠିମିଳେ ସ୍ନେହ ଶ୍ରଦ୍ଧା, ପ୍ରେମ, ପ୍ରିତୀ
ବନ୍ଧୁ ପରିଜନ ଭାଇ
ଏପରି ପବିତ୍ର ଭୁଇଁ ବଇକୁଣ୍ଠ
ସମ ଆଉ ନାହିଁ କାହିଁ ।।

ସୀମା ହୀନ କୋଳ ଅସୀମ ସେନେହ
ପାଳେ କୋଟି କୋଟି ପ୍ରାଣୀ
ଅଭୟ ଦାୟିନୀ ଯତନେ ପାଳଇ
ଜନନୀ ମୋ ଜନ୍ମ ଭୂଇଁ ।।
ତାକୋଳେ ଜନମ ନେବାପାଇଁ ପରା
ଦେବା,ସୁର ଧ୍ୟାନେ ରତ
ହୋଇ ଜନ୍ମ ନେଇ ଅଛନ୍ତି ତା କୋଳେ
ଏହା ଯେ ବେଦ ବିଦିତ ।।

ବାରମ୍ବାର ଜନ୍ମ ନେଇ ସତ୍ୟକର୍ମ
କରିବା ପାଇଁ ଜୀବନ
ବାରମ୍ବାର ଦେଇ ଗଢିଦିଅ ମୋତେ
ମୋହର ଏହି ଜଣାଣ ।।
ବଂର ମୃତ୍ୟୁ ଭଳି ଚିରସତ୍ୟ ନିତି
ଏ ପୁରରେ ବିରାଜଇ
ଜନମ ନେବିହେ ଠାକୁରେ ତା କୋଳେ
ମରଣକୁ ଭିତ୍ତି ନାହିଁ ।।

Post a Comment

0 Comments