Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଖଳିସାହିର ଝିଅ ରେବତୀ - ବଂଶୀଧର ମାଝୀ

ଆମ ମନକୁ କେହି ଚିହ୍ନିଲେନି
ମିଛରେ ସିନା ସାନ୍ତ୍ବନା ଦେଉଛୁ
ଆମେ ସ୍ବାଧୀନ ଦେଶର ଦାୟଦ କହି ।

ଆଖି ଖୋଲି କରି
ଦେଖ, ସ୍ବ‐ନେତ୍ରରେ
ଯଦି ଜନତାଂକ ଭଲ ଚାହୁଁଛ ଭାଇ ।

ଅନାଇ ଦେଖ ନରି ମାଆକୁ
ବାର ବର୍ଷ ହେଲା ଲିଭିଛି ସିଂଦୁର
ନା' ପାଇଛି ବିଧବା ଭତ୍ତା
ନା' ପାଇଛି ବିଜୁ ପକ୍କାଘର ଟିଏ ।

ଏଇ ରାଧାକୁ ପଚାର
ସରପଂଚ କେତେ ଦେଇଛି
ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ?
ତା ସ୍ବାମୀ ମଲା ପରେ
କାକୁତି ମିନତି ହେଲା ପରେ ବି
ପ୍ରଶାସନ ଦେଇ ପାରିଲାନି
ରାସନ କାର୍ଡ ଖଣ୍ତିଏ ।

ତଳଗାଁ ପଂଚାୟତ ଖଳିସାହିର ଝିଅ
:ରେବତୀ
କେତେ ଗୁହାରି ନ କରିଛି
ତଥାପି...
ପ୍ରଶାସନ ଅଥର୍ବ କାହିଁକି...?

ନିଃସହାୟ ଜୀବନ ବଂଚୁଥିବା
ଝିଅଟି, ପେଟ ପୋଷିବା ପାଇଁ
ଯୌବନାବସ୍ଥାରେ...
ଗ୍ରାମର ଛେଲି,ମେଣ୍ଢା ଚରାଉଛି ।

ତା ପାଇଁ ପ୍ରଶାସନ ନିଦାବିଷ୍ଣୁ
ଯୋଗାଇ ପାରୁନି ବିକଳାଂଗ ଭତ୍ତା
ଅବା ପକ୍କାଘର ଖଣ୍ତିଏ...
ସନ୍ତସନ୍ତିଆ ଛପର ଘରେ ଏକାକି ଜୀବନ ।

ଏଠି କାମହୁଏ ପ୍ରତିବର୍ଷ
ଜାତୀୟ କର୍ମ ନିଯୁକ୍ତି ଯୋଜନାରେ
କୋଦାଳରେ ନୁହେଁ ଜେସିବି ମେସିନରେ
ପଇସା ଆସେ ଗରିବଙ୍କ
ବ୍ୟାଂକ ଖାତାରେ...
ତାହା ବି ସେମାନଂକର ନୁହେଁ
ଉଠାଣ ହୁଏ ଠିକାଦାରଂକ ମର୍ଜିରେ ।

ପଶ୍ଚିମ ଓଡିଶା ବିକାଶ ପରିଷଦରୁ
ବିକାଶ ନା'ରେ ଢେର ଅର୍ଥ ଆସେ
ସେ କାମ ବି ବ୍ଯକ୍ତିଗତ ପ୍ଲଟରେ ହୁଏ
ନେତାଂକ ଅନୁଚରଂକ ନାମରେ

ମାଟି ହିଡରେ ପଡେ କମ୍
ବିକ୍ରି ହୁଏ ଟ୍ରଲି ପଚାସ ଟଂକାରେ ।

ସରକାରଂକ ନିର୍ଦ୍ଧାରିତ ସମୟରେ
ଶେଷ ହୁଏନି ମାଟି କାମ
ଏଠି କାମ ଆରଂଭ ହୁଏ
ନିର୍ଦ୍ଧାରିତ ଅବଧି ସମୟରେ ।

ଜଳରେ ପୋଖରୀ ହୁଏ ପୂର୍ଣ୍ଣଗର୍ଭା
ଯନ୍ତ୍ରୀ ଆସନ୍ତି କାମର ତର୍ଜମା କରି
ମାଟି ମପାଯାଏ କଳ୍ପନାରେ
ଯନ୍ତ୍ରୀଙ୍କ ପକେଟ ଗରମ ହୁଏ
ପ୍ରିୟାପ୍ରୀତି ମଧୁ ଚଂଦ୍ରିକାରେ ।

ଦୂର୍ନୀତିର ଖବର ଚାପି ଦିଆଯାଏ
ସୂଚନା କେଂଦ୍ରର ଡଷ୍ଟବିନରେ
ଅଭିଯୋଗ ପତ୍ରକୁ କବର ଦିଆଯାଏ
ପ୍ରଶାସନର ଫାଇଲ ଭିତରେ
ସୂଚନା ଆବେଦନ ଫର୍ମ ବଂଧା ପଡେ
ସୂଚନା ଅଧିକାରିଂକ ନାଲି ଫିତାରେ ।

ନେତାଂକ ଅପେକ୍ଷା...
କୁଜି ନେତାଂକ ଖାତିର ବେଶୀ
ପାଟି ଖୋଲିଲେ ମାଡର ଭୟ
ଦିନରେ ଚାଲେ ରାହାଜାନୀ...

ବାଃରେ ଓଡିଶା ତତେ ସଲାମ୍ !!!

Post a Comment

0 Comments