ସାହିତ୍ୟର ତୁମେ ଶ୍ରେଷ୍ଠ ଚିତ୍ରକର
କାବ୍ୟ କବିତାର ଛବି
ଆହେ ଗଙ୍ଗାଧର ଓଡ଼ିଆ ସାହିତ୍ୟେ
ତୁମେ ତ ସକାଳ ରବି ।।

ଅମରତ୍ବ ତୁମ କାଳଜୟୀ ଦାନ
ଶବ୍ଦ ଭଣ୍ଡାର, ଉପମା
ଲାଳିତ୍ବ ରସରେ ଛନ୍ଦ ଅଭିସାରେ
ଲାଗେ ଜୀବନ୍ତ ପ୍ରତିମା ।।

ଶାଣିତ ସାହିତ୍ୟ ଚିରନ୍ତ ଜୀବନ୍ତ
ଯୁଗେ ଯୁଗେ ଥିବ ରହି
ଲେଖନୀ ଧାରରେ ଫୁଟାଇଲ ହସ
ଗହନର କଥା କହି ।।

ଯୁଗ ପରେ ଯୁଗ ବିତି ଯାଉପଛେ
କହିବ ସେ ରିତି ବାଣୀ
ଜାଜୁଲ୍ୟମାନ ହେ ସାରସ୍ବତ ଶ୍ରଷ୍ଠା
ସାହିତ୍ୟି ଶ୍ରେଷ୍ଠ ବିନ୍ଧାଣୀ ।।

ପ୍ରଣୟ ବଲ୍ଲରୀ ତପସ୍ଵିନୀ ଯାର
ଅଟେ ମାନସ ସନ୍ତାନ
କେତେ ଚାତୁରୀରେ ଭରିଅଛ ପ୍ରେମ
ଲାଗଇ ଅମୃତ ଦାନ ।।

ଲେଖକ ଲେଖିକା ପାଠକ ପାଠିକା
ପିଉଥାନ୍ତି ନିତ୍ଯ ରସ
ଆହେ ରଙ୍ଗାଜୀବ ସାହିତ୍ୟ ସାଗର
ଆଉ ଥରେ ଫେରି ଆସ ।।

ଝୁରୁଅଛି ଆଜି ସାରସ୍ବତ ମେଳି
ତୁମ ଶୂନ୍ଯସ୍ଥାନ ପାଇଁ
ସାହିତ୍ୟ ଜଗତେ ସେ ଅମର ରେଖା
କେବେବି ଲିଭିବ ନାହିଁ ।।

ତୁମରି ଜୟନ୍ତୀ ଅଭୁଲା ଆସର
ସ୍ମୃତି ମାନସ ପଟରେ
ଆଙ୍କିଦିଏ କେତେ ପ୍ରାଣ ସ୍ପର୍ଶୀ ଲେଖା
କବିର ଲେଖନୀ ଧାରେ ।।

କବି ନୁହେଁ ମୁହିଁ ଲେଖଇ କବିତା
ମନ କଲମରୁ ମୋର
ଦୋଷ ତ୍ରୁଟି ଥିଲେ କ୍ଷମା ଦେବ ଆହେ
ପବିତ୍ର ପୂଜ୍ୟ ମେହର ।।


ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା