ଊର୍ମିମାଳା ତଟେ ନିବାସ - ଘନଶ୍ୟାମ ସାହୁ

ଊର୍ମିମାଳା ତଟେ ନିବାସ - ଘନଶ୍ୟାମ ସାହୁ

ଊର୍ମିମାଳା ତଟେ ନିବାସ ଶ୍ରୀ କ୍ଷେତ୍ରେ
ବଡ଼ ଦେଉଳ ତା ନାମ,
ଊର୍ମିଳ ଭାବର ଠାକୁର କାଳିଆ
ଖ୍ୟାତ ନୀଳାଚଳ ଧାମ ।।୧।
ଊର୍ଦ୍ଧ୍ବବାହୁ ହୋଇ ଭକତେ ତୋହର
ଚାହିଁ ପତିତପାବନ,
ଉର୍ଦ୍ଧ୍ୱରେତା ଯାକୁ ନିତି ଜପୁଛନ୍ତି
ସେହି ରାମ ସେହି କୃଷ୍ଣ । ।୨।
ଉର୍ଦ୍ଧ୍ୱପୁଣ୍ଡ୍ର ହୋଇ ସାଧୁ ସନ୍ଥ ଗଣ
ଅଛନ୍ତି ତୋହରି ଧାମେ,
ଊର୍ଜା ବାହାରୁଛି ତେଜ ପ୍ରକାଶୁଛି
ଧ୍ୟାନରତ ତୁମ ନାମେ ।।୩।
ଊଣା ହେଲା କିବା ଭାବ ଭକତିରେ
ନ ଶୁଣୁଛୁ ମୋ ଗୁହାରି,
ଉର୍ଦ୍ଧ୍ୱ ଶ୍ୱାସ ବେଳେ ମୋର ଅନ୍ତଃକାଳେ
ଦରଶନ ଦେବୁ ହରି ।।୪।




ଟୀକା= ଊର୍ମିମାଳା-ସମୁଦ୍ର, ଊର୍ମିଳ-ତରଙ୍ଗ ମୟ, ଊର୍ଦ୍ଧ୍ବପୁଣ୍ଡ୍ର-କପାଳରେ ଲମ୍ବା ତିଳକ ଦାଗ, ଊର୍ଦ୍ଧ୍ବରେତା-ଶିବ




ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭,
ପିନ୍ କୋଡ -- ୭୫୯୧୨୭

0 Comments