Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବାନ୍ଧିଦେ ମୋ ହାତେ ରାକ୍ଷୀ - ମିଥୁନ ସାହୁ

ବାନ୍ଧିଦେ ତୁ ରାକ୍ଷୀ ହାତରେ ମୋହର
ଆଲୋ ମୋ ସୁନା ଭଉଣୀ,
ତୁ ଯାହା ମାଗିବୁ ସତ ମୁଁ କହୁଛି
ସବୁକିଛି ଦେବି ଆଣି,,।।
କଥା ମୁଁ ଦଉଛି ବଞ୍ଚିଥିବା ଯାଏଁ
ରକ୍ଷା କରୁଥିବି ତତେ,
ଛାଇହେଇ ମୁଁ ଯେ ସବୁଦିନ ପାଇଁ
ରହିଥିବି ତୋର ସାଥେ,,।।
ଆଖିରୁ ତୋହର ଟୋପାଏବି ଲୁହ
ଝରିବାକୁ ଦେବିନାହିଁ,
ତୋ ପାଇଁ ମୁଁ ଯେତେ ଦୁଃଖ ସବୁଅଛି
ହସି ହସି ଯିବି ସହି,,।।
ଯେତେଦିନ ଯାଏଁ ଏଇ ଭାଇ ତୋର
ପାଖେ ପାଖେ ରହିଥିବ,
ସେତେଦିନ ଯାଏଁ ତୋ ରକ୍ଷା ନିମନ୍ତେ
ନିଜକୁ ସମର୍ପି ଦେବ,,।।


ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments