OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଅନୁଚିନ୍ତା ସ୍ୱ।ଧୀନତା ଦିବସର - ଘନଶ୍ୟାମ ସାହୁ

ଅନୁଚିନ୍ତା ସ୍ୱ।ଧୀନତା ଦିବସର - ଘନଶ୍ୟାମ ସାହୁ

ଆରମ୍ଭ ହୋଇଛି ଅନୁଚିନ୍ତା
ସ୍ୱାଧୀନତା ଦିବସର
ମିଥ୍ୟା ଭାଷଣ ବାଜି ତଥା ପ୍ରତାରଣାର
ପ୍ରସ୍ତୁତି ପର୍ବ
ଆରମ୍ଭ ହୋଇଛି ।
ଦୀର୍ଘ ଏକସ୍ତରୀ ବର୍ଷ ଅତିକ୍ରାନ୍ତ ହେଲାପରେ ବି
କାହିଁକି ମନରେ ଆସୁନି ବିଶ୍ୱାସ
ସତରେ କ'ଣ ଭାରତବର୍ଷ
ସ୍ୱାଧୀନ ହୋଇଛି ?

ଆରମ୍ଭ ହୋଇଛି ଅନୁଚିନ୍ତା
ଆଜି ବି ଦୁର୍ଯ୍ୟୋଧନର ଅତ୍ୟାଚାର
ଗୈାରବମୟ ଭାରତବର୍ଷର
ସଭାତଳେ ଦିନ ଦ୍ୱିପ୍ରହରରେ
ଲଜ୍ଜା ନିବାରଣ ପାଇଁ
ଚିତ୍କାର କରୁଛି ଆକୁଳ ରେ
ନିରୀହା ଦ୍ରୈ।ପଦୀ
ନୀରବି ଯାଇଛନ୍ତି ପିତାମହ ଭୀଷ୍ମ
କାହାନ୍ତି ଶ୍ରୀ କୃଷ୍ଣ ଦେବାପାଇଁ ଅଭୟ
ତଥା କୋଟି ବସ୍ତ୍ର ତାକୁ
ଯିଏକି ବର୍ତ୍ତିବାକୁ ଦୁର୍ଯ୍ୟୋଧନ ଦୁଃଶାସନ ଆଦି
ଅତ୍ୟାଚାରୀ ମାନଙ୍କ କବଳରୁ
ମୁକୁଳିବାକୁ ଦୟନୀୟ ଭାବେ
ମିନତି କରୁଛି ।

ଆରମ୍ଭ ହୋଇଛି ଅନୁଚିନ୍ତା
କାହିଁ ଗଲେ ଭୀମ ବୃକୋଦର
ନ ଦେଇ ଖାଲି ମୃତ୍ୟୁ ଦଣ୍ଡ
କରିବାକୁ ଜାନୁଭଗ୍ନ କିମ୍ବା
ଦେବାକୁ ଉପାଡ଼ି ହାତ କିମ୍ବା ଗୋଡ଼
ତେବେ ତ କହିବା ଉଚିତ୍ ଶିକ୍ଷା ମିଳିଛି ।

ଆରମ୍ଭ ହୋଇଛି ଅନୁଚିନ୍ତା
ନିର୍ବିଘ୍ନରେ ନିରାପଦରେ ଚଳିବାରେ
ସ୍ୱାଧୀନ ଭାବରେ ମତବ୍ୟକ୍ତ କରିବାର
ଥିବ ଅଧିକାର
ନଥିବ ତିଳେ ଭୟ ଚାପଗ୍ରସ୍ତ ହେବାର
ନଥିବ ଭୟ ପରାଧୀନତାର ତଥା
ଶୃଙ୍ଖଳ ଗୁଳି ଆଉ ଭୁଜାଲିର
ତେବେ ତ ଆମେ ମୁକ୍ତ କଣ୍ଠରେ କହିପାରିବା
କୃଷ୍ଣ ଅବତରିତ ଏଇ ଧରାପୃଷ୍ଠରେ
ଭୀମ ଅର୍ଜୁନଙ୍କ ସହ ଦେବାକୁ ସୁରକ୍ଷା
ପୁଣି ଥରେ ସ୍ୱ।ଧୀନତା ଆସିଛି
ଆରମ୍ଭ ହୋଇଛି ଅନୁଚିନ୍ତା
ସ୍ୱାଧୀନତା ଦିବସର
ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି ।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ, ପିନ୍ କୋଡ- ୭୫୯୧୨୭
ମୋବାଇଲ ନମ୍ବର- ୯୪୩୭୬୬୪୫୩୭

0 Comments