Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅବ୍ୟକ୍ତ ଭାବନା - ପ୍ରଣତୀ ମହାପାତ୍ର

ଅନେକ କିଛି ବାକି ରହେ ,
ସବୁ ତ ଜୀବନର ଅନ୍ଧାରି ଇଲାକାରେ,
ତଥାପି ଲେଖିବାକୁ ହୁଏ,
ହୃଦୟର ଆବେଗକୁ ମାପିବାକୁ ଇଛାହୁଏ,
କିଛି ମାପିହୁଏ,ତ
ଆଉ କିଛି ଦୂରକୁ ଦୂରକୁ ଦୂରେଇ ଯାଏ,
ଯାହାକୁ
ନା ଧରିହୁଏ,ନା ଲେଖିହୁଏ।

ମନ ଆଉ ବିବେକ ର ଲଢେ଼ଇ,
ଇଚ୍ଛା ଆଉ ସ୍ଵପ୍ନର ଅଭିମାନ,
ବାସ୍ତବ ଆଉ ସତ୍ୟର ମୁହାଁମୁହିଁ,
ଜୀବନ ଥାଏ ଦୋମୁହାଁ ଛକରେ,
ହଁ ଆଉ ନାହିଁ ର ଦୋଛକିରେ,
ସବୁ ମୂଲ୍ୟହୀନ ହୋଇଯାଏ,
ଅଧ ପାଆନ୍ତାରେ,
ପାଇବାର ଆଶାରେ,
ହରେଇବାର ଦୁଃଖ,
କିଛି ପ୍ରକାଶ ପାଏ,
ଅନେକ କିଛି ଅପ୍ରକାଶିତ,
କିଛି ବ୍ୟକ୍ତ ହୁଏ,
ବହୁତ କିଛି ଅବ୍ୟକ୍ତ।
ସେଇ ଅବ୍ୟକ୍ତ ଭାବରେ
ଜିଇଁବାକୁ ହୁଏ ସାରାଜୀବନ ।


ପ୍ରଣତି ମହାପାତ୍ର, ଫକୀରମୋହନ ନଗର, ବାଲେଶ୍ଵର

Post a Comment

0 Comments