Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ସିଏ ଅଟଳ - ଅଧ୍ୟାପିକା ସସ୍ମିତା ମିଶ୍ର

ଅ ଅରି ଜୟ କାରୀ ଅଟଳ ବିହାରୀ
ଵିହରୁ ଅଛହେ ଅନ୍ତରେ ସବୁରି
ଅନ୍ତ କାଳେ ତୁମ ଅନନ୍ତ ପ୍ରେମର
ପ୍ରଖର ସ୍ରୋତକୁ ହେଉଥିଲା ବାରି ॥
ଟ ଟଳିଥିବ ଯମ ଦାମ୍ଭିକତା ଆଗେ
ଟଳାଇ ନ ପାରି ଯାଇଥିବ ଫେରି
ଟାଣ ପଣ ତାର ଭାଜିବାକୁ କିହେ
ଶରୀର କଷଣ ନେଇ ଥିଲ ବରି ॥
ଳ ଲୟ ରଖି ଦିନେ ବିଜନ ବେଳାରେ
ନିଉଛଣା ହୋଇ ପ୍ରାଣ ଥିବ ମାଗି
ଲଳିତ ଅଧରେ ସମ୍ମତି ଦେଇ
କାୟା ମାୟା ଫେଡ଼ିଲ ହେ ଯୋଗୀ ॥
ବି ବିରସେ ଭାରତ ହୁଏ ମଥାନତ
ବିଳପେ କୀରତି ମୁହୁର୍ମୁହୁ ସ୍ମରି
ବିଷୟ ବାସନା ତ୍ୟଜି ରାଜନୀତି
କିଏ ସେ ପାରିବ ତୁମ ପରି କରି ॥
ହା ହାସ୍ୟବଦନ ସମ୍ପଦେ କୋମଳ ଉତ୍ପଳସମ
ଆପଦରେ ଥାଅ ମହାଶୈଳ ପରି
ହଜିଛି ଶରୀର ପ୍ରଦୀପ୍ତ ଭାସ୍କର
କବିବର ତୁମେ ଦିବ୍ୟ ଦେହଧାରୀ ॥
ରୀ ରୀତି ସର୍ଜନାର ବିଲୟ ନିଶ୍ଚିତ
ନିତି ନିତି କିଏ ଯାଏ ଅପସରି
ନୀତିର ପୂଜାରୀ ଯିଏ ତୁମ ପରି
ମୃତ୍ଯୁ ଛୁଏଁ ତାକୁ ପାରେନାହିଁ ମାରି ॥




ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀବିହାର ମହିଳା ମହାବିଦ୍ୟାଳୟ
ଦୂରଭାଷ : ୯୦୭୮୫୭୯୬୧୨

Post a Comment

0 Comments